ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ପିଠା କାର୍ଯ୍ୟକ୍ରମ 

0

ପାଇକମାଲ-ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀ ଅଭିମନ୍ୟୁ ବରିହାଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପାଇକମାଲର ବ୍ଲକ ଯୋଗାଣ ନିରୀକ୍ଷକ  ଶ୍ରୀ ଜୟାନନ୍ଦ ମାଝି,ସମ୍ମାନୀତ ଅତିଥି ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ,ଏଲ୍.ଏଲ୍.ଭି ଶ୍ରୀମତୀ ମେରିୟମ କୁଲୁ ପ୍ରମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ  ବିକାଶ ମୂଳକ କାର୍ଯ୍ୟକ୍ରମ ତଥା ସ୍ବାସ୍ଥ୍ୟ ସଚେତନତା ସଂପର୍କରେ ବିଷେଶ ଭାବେ ଉପସ୍ଥିତ ଶତାଧିକ ଜନସାଧାରଣଙ୍କୁ ବୁଝାଇଥିଲେ। ସ୍ବାସ୍ଥ୍ୟ ବିଭାଗ ତରଫରୁ ମାଗଣାରେ ସମୁଦାୟ ୩୪ ଜଣଙ୍କୁ ଚକ୍ଷୁପରୀକ୍ଷା ସାଙ୍ଗକୁ  ମାଗଣାରେ ପାୱାର ଚଷମା ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିଭାଗ ତରଫରୁ ଶ୍ରୀ ନାରାୟଣ ମେହେର, ବିଦ୍ୟୁତ ବିଭାଗ ତରଫରୁ ଏସ୍.ଡି.ଓ ତଥା ସେକ୍ସସନାଲ ଅଫିସର  ମଧ୍ୟ ଯୋଗଦାନ କରି ବିପିଏଲ ପରିବାର ମାନଙ୍କୁ ପ୍ରତି କାର୍ଡକୁ ୪ଟି ଲେଖାଏଁ ଏଲ୍.ଇ.ଡି ବଲ ପ୍ରଦାନ କରିଥିଲେ।

Leave A Reply

Your email address will not be published.