ଜାମସେଠ ଗ୍ରାମପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

0

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ

ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗ୍ରାମପଞ୍ଚାୟତ ରେ ଓଡ଼ିଶା ସରକାର ଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କୃଷି ବିଭାଗ,ଶିକ୍ଷା ବିଭାଗ,ଶକ୍ତି ବିଭାଗ,ମିଶନ ଶକ୍ତି,ସ୍ୱାସ୍ଥ ବିଭାଗ,ଓଡିଶା ସରକାର ଙ୍କ ବିଭିନ୍ନ ବିଭାଗ ଅଂଶ ଗ୍ରହଣ କରି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ସୁନେତ୍ର ଯୋଜନା ରେ ୫ଜଣ ଙ୍କୁ ଚଷମା ପ୍ରଦାନ କରାଯାଇଥିଲା। ମିଶନ ଶକ୍ତି ରୁ ୩୧ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ କୁ ସାଟିପିକେଟ ପ୍ରଦାନ କରାଗଲା। ୩୧ଜଣ ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ମୋ ଘରେ ଏଲଇଡି ତରଫରୁ ୧୦୦ଜଣ ରେସନ କାର୍ଡ ଧାରି ଙ୍କୁ ୪ଟି ଲେଖାଏଁ ବଲବ ପ୍ରଦାନ କରାଯାଇଥିଲା। ପିଠା ପ୍ରୋଗାମ ଉପରେ ବ୍ଲକ ଅଧ୍ଯକ୍ଷ ଅଲତାପ ମହମ୍ମଦ , ଜିଲ୍ଲା ପରିଷଦ ବିଶ୍ୱନାଥ ବାଗ, ସରପଞ୍ଚ ରମ୍ଭା ତାଣ୍ଡି,  କନିଷ୍ଠ ଯନ୍ତ୍ରୀ ବବିତା ପ୍ରଧାନ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଜାମସେଠ ଗ୍ରାମପଞ୍ଚାୟତର ବିଜୁ ଯୁବ ବାହିନୀ ସହଯୋଗ କରିଥିଲେ। ଶେଷରେ ସମାଜ ସେବୀ ଶରତ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.