ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ନୂଆଁ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଵୟୋ ବନ୍ଦନ ଯୋଜନା ର ଶୁଭାରମ୍ଭ

3

ବିଜେପୁର /ସୁଶାନ୍ତ ସାହୁ :ସାରା ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ବାୟୋ ବନ୍ଦନା ଯୋଜନା ଆରମ୍ଭ ହୋଇଛି। ଏହି ଅବସରରେବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ର ୪ଟି ସ୍ଥାନରେ ଏକ ସଙ୍ଗରେ ଶୁଭାରମ୍ଭ କରାଯାଇ ପ୍ରାୟ ୧୦୦ ହିତାଧିକାରୀଙ୍କୁ ନୁତନ ଭାବେ ଆୟୁଷ୍ନାନ ଆରୋଗ୍ୟ କାର୍ଡ ପ୍ରଦାନ କରାଯାଇଛି ।ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଜନସାଧାରଣଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଜୀବନ ସଂଜୀବନୀ ସ୍ବାସ୍ଥ୍ୟ କାର୍ଡ ର ଉପକାରିତା ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଖଗେଶ୍ୱର ମଣ୍ଡପ ଠାରେ ବିଜେପୁର ବ୍ଲକ ଓ ଗୋଷ୍ଟିସ୍ୱାସ୍ତ୍ୟ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୫ଜଣଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଜେପୁର ବିଧାୟକ ପ୍ରତିନିଧି ସୋମନାଥ ପଧାନ, ବରଗଡ ସାଂସଦ ପ୍ରତିନିଧି ସୁଶାନ୍ତ ସାହୁ, ବିଜେପୁର ଜ଼ିଲ୍ଲାପରିଷଦ ସୁଶାନ୍ତ ଗଡ଼ତିଆ, ସମିତି ସଭ୍ୟା ସଞ୍ଜୁ ପଧାନ, ସରପଞ୍ଚ କାମିନୀ ପଧାନ,ପିଓ ଅଶ୍ବିନୀ ସାହୁ,ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଡ଼କ୍ଟର ନୀତେଶ କୁମାର ବରାଇ,ସୁଦୀପ୍ତ କୁମାର ପଧାନ,ଦେବାଶିଷ ଦେବତା, ବିଜେପୁର ଗୋଷ୍ଟିଉନ୍ନୟନ ର କର୍ମକର୍ତ୍ତା, ଆଶାକର୍ମୀ, ଅଙ୍ଗନବାଡି ଦିଦି,ଓ ଜନସାଧାରଣ ଉପସ୍ଥିତ ଥିଲେ l

Leave A Reply

Your email address will not be published.