ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ

3

ଓଡ଼ଗାଁ, ୧୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ, କୁରାଳ, ସୁନାମୁହଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସହିତ ମୋଟ ୭ଟି ସ୍ଥାନରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ଆୟୋଜିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ମାଧ୍ୟମରେ ଦେୟମୁକ୍ତ ସ୍ବାସ୍ଥ୍ୟସେବା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।କୋମଣ୍ଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟ ମକର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡା.ନରେଶ କୁମାର ନାୟକ, ଆୟୁଷ ଡାକ୍ତର ସ୍ବାତୀଲେଖା ଦାସ, ବ୍ଳକ୍ ନୋଡାଲ ଅଫିସର ଇଂ ଶ୍ରଦ୍ଧାଞ୍ଜଳୀ ସାଥୁଆ, କୋମଣ୍ଡ ସରପଞ୍ଚ ଦୀପିକା ସେଠୀ, ଗ୍ରାମପଞ୍ଚାୟତ ଅଧିକାରୀ ସୁଶାନ୍ତ କୁମାର ସେଠୀ, ସମାଜସେବୀ ସନ୍ତୋଷ କୁମାର ସେଠୀଙ୍କ ସହିତ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା।ସେହିପରି କୁରାଳ ଚଣ୍ଡିଛକ କଲ୍ୟାଣୀ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟା ଝିଲି ପ୍ରଧାନ, ଡା.ରାମ ପ୍ରସାଦ ସାହୁ, କୁରାଳ ସରପଞ୍ଚ ବିଜନ ପାଇକରାୟ, ସମିତିସଭ୍ୟା କନକ ପାତ୍ର, ଓଡ଼ଗାଁ ବ୍ଳକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ବଜିତ ପ୍ରଧାନ, ପାଣ୍ଡେରିପଡା ସରପଞ୍ଚ ଗାୟତ୍ରୀ ରାଉତ, ଗିରିଡିପଲି ସମିତି ସଭ୍ୟା ରିନା ନାୟକ ପ୍ରମୁଖଙ୍କ ସହିତ ଏକହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷମାନେ ଯୋଗଦେଇ କଟକ ବାଲିଯାତ୍ରା ପଡ଼ିଆରେ ଚାଲିଥିବା ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଡିଜିଟାଲ ସ୍କ୍ରିନରେ ଦେଖିଥିଲେ। ମୁଖ୍ୟ ଅତିଥି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ବିଭାଗ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଏବଂ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବା ବେଳେ କୋମଣ୍ଡ, କୁରାଳ, ସୁନାମୁହିଁ, ମଗରବନ୍ଧ, ଡିମିଶର, ଗୋଡ଼ିପଡା, କଜଳାଇପଲ୍ଲୀ ସମେତ ସମସ୍ତ ସାତଟି ସ୍ଥାନରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ସୂଚନା ଥାଉକି ହିତାଧିକାରୀ ଭାରତର ଯେ କୈାଣସି ସ୍ଥାନରେ ସ୍ବାସ୍ଥ୍ୟ କାର୍ଡର ବ୍ୟବହାର କରିପାରିବେ।

Leave A Reply

Your email address will not be published.