ଛୁରିଆପାଲିରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟିତ

2

ସୋହେଲା :-ସୋହେଲା ବ୍ଲକ ଅଧୀନ ଛୁରିଆପାଲିରେ ରାଜସ୍ବ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟର ଶୁଭଉଦ୍‌ଘାଟନ ହୋଇଯାଇଛି I ଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ସୋହେଲା ତହସିଲଦାର ଶୁଭ୍ରରଞ୍ଜନ ନାୟକ ଯୋଗଦେଇ ବିବଦ୍ଧ ଭାବରେ ପିତାକାଟି ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ରାଜସ୍ୱ ନିରୀକ୍ଷକ ଦମୟନ୍ତୀ ଭୋଇ, ବିଜେପି ସେଲ୍‌ଫ ସୋହେଲା ମଣ୍ଡଳ ସଭାପତି ଅଶ୍ବିନୀ ପାତ୍ର, ପୂର୍ବତନ ମଣ୍ଡଳ ସଭାପତି ପାରେଶ୍ବର ସାହୁ, ଯୁବମୋର୍ଚ୍ଚା ସଭାପତି ତରଣୀ ଦୀପ,ସରପଞ୍ଚ ପ୍ରତିନିଧ୍ ହରେକୃଷ୍ଣ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ | ପ୍ରକାଶଥାଉକି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟଟି ଛୁରିଆପାଲି ଗ୍ରାମ ପଞ୍ଚାଯତ କାର୍ଯ୍ୟାଳୟ ପରିସରରେ ଚାଲିଥିବାବେଳେ ଆଜିଠାରୁ ନିଜସ୍ବ କୋଠାଗୃହରେ ରାଜସ୍ବ କର୍ଯ୍ୟ ଚାଲୁ ହେବ | ଛୁରିଆପାଲି, ପେଟୁପାଲି ଓ ଟୁଙ୍ଗିବନ୍ଧଲି ଏପରି ୩ ପଞ୍ଚାୟତର ଅଧୂବାସୀମାନେ ଏହି କାର୍ଯ୍ୟାଳୟରୁ ଉପକୃତ ହୋଇପାରିବେ । ଉଦ୍‌ଘାଟନୀ ସମାରୋହରେ ପେଟୁପାଲି, ଛୁରିଆପାଲି ଓ ଟୁଙ୍ଗିବନ୍ଧଲି ଗ୍ରାମ ପଞ୍ଚାଯତ ଅବାସୀଙ୍କ ସମେତ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.