ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ, ଅପାର୍ ଆଇଡି ପାଇଁ ଶିକ୍ଷାବିଭାଗର ମୁଣ୍ଡବ୍ୟଥା
ବିଜେପୁର /ସୁଶାନ୍ତ ସାହୁ : ଆଜିକାଲି ପ୍ରତ୍ୟେକ କାମ ପାଇଁ ଆଧାରକାର୍ଡ ଆବଶ୍ୟକ ପଢୁଛି କିନ୍ତୁ, ଆଧାରକାର୍ଡରେ ରହିଥିବା ତ୍ରୁଟି ପାଇଁ ନୟାନ୍ତ ହେଉଛନ୍ତି ଲୋକୋ ଅଧାରକାର୍ଡଧାରୀଙ୍କ ନାମ, ବାପାଙ୍କ ନାମ, ଠିକଣା, ଜନ୍ମ ତାରିଖ, ମୋବାଇଲ ନମ୍ବର ଆଦି ଆଧାରକାର୍ଡରେ ରହୁଥିବା ବେଳେ ଗୋଟିଏ ବା ଏକାଧିକ ତ୍ରୁଟି ପରିଲକ୍ଷିତ ହେଉଛି ଅଧିକାଂଶ ର୍ହିତାଧିକାରୀଙ୍କ କାର୍ଡରେବେପରୁଆ ଭାବରେ ତଥା ଅନଭିଜ୍ଞ ଲୋକଙ୍କୁ ନିଯୁକ୍ତି କରି ଯେନତେଣ ପ୍ରକାରେ ଆଧାରକାର୍ଡ ତିଆରି ହୋଇଥିବାରୁ ଏଭଳି ସମସ୍ୟାଦେଖାଦେଇଛି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଜେପୁର ବାସିନ୍ଦା ଦିଲୀପ ସେଠ କହିଛନ୍ତି ଯେ ତାଙ୍କପୁଅଙ୍କ ନାମ ଆଶୁତୋଷ ସେଠ ଇଂରାଜୀରେ ଭୁଲ ଲେଖାଯାଇଛି ଫଳରେ ଶିକ୍ଷାଗତ ପ୍ରମାଣପତ୍ର ଓ ଆଧାରକାର୍ଡର ତିଥ୍ୟରେ ତାଳମେଳ ରହୁନଥିବାରୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅନ୍ୟପଟେ ସମଲେଇପଦର ଗ୍ରାମ ର ବୃନ୍ଦାବତୀ ବାଗ ବାପା ମହେନ୍ଦ୍ର ବାଗ ଓ ସୁବର୍ଣ୍ଣା ପୁଟେଲ ସ୍ୱାମୀ ଶଶୀ ପୁଟେଲ ଦୁହିଁଙ୍କ ଆଧାର ନଂ 808024485699 ଗୋଟେ ହୋଇ ଥିବାରୁ ବିଡ଼ିଓ ଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲାପାଳ ଙ୍କ ପାଖରେବି ବାରମ୍ବାର କହିଆସୁଛନ୍ତି ।ଆଜି ପୁଣି ସମଲେଇପଦର ରେ ଜ଼ିଲ୍ଲାପାଳ ଙ୍କୁ ଜଣେଇଛନ୍ତି l ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅପାରଆଇଡି ନାମରେ ଏକ ଶିକ୍ଷା ପରିଚୟପତ୍ର ତିଆରି କରିବା ପାଇଁ ସରକାର ପଦକ୍ଷେପ ଆରମ୍ଭକରିଛନ୍ତି। ହେଲେ ଆଧାର ତ୍ରୁଟିଶିକ୍ଷା ବିଭାଗ ପାଇଁ ମୁଣ୍ଡବ୍ୟଥା ପାଲଟିଛି ଶିକ୍ଷା ପ୍ରମାଣପତ୍ର ସହିତ ଆଧାରକାର୍ଡର ତଥ୍ୟ ମିଳାଯାଉଥିବା ବେଳେ ଅନେକଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଧାର ସଂଶୋଧନ ମଧ୍ୟ ସହଜରେ ହୋଇପାରୁ ନାହିଁ। ତେଣୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ଆଧାର ସଂଶୋଧନ ଶିବିର ହେବା ଆବଶ୍ୟକ ବୋଲି ଅଭିଭାବକମାନେ ମତ ପ୍ରକାଶ କରୁଛନ୍ତି। ଏହାକୁ ପ୍ରଶାସନ ଗମ୍ଭୀରତାର ସହିତ ଗ୍ରହଣ କରି ସଂଶୋଧନ ପ୍ରକ୍ରିୟାକୁ ସହଜ, ସରଳ କରିବାକୁ ଜନସାଧାରଣ ଦାବି କରୁଛନ୍ତି।