କପାଗଡିଆ ପ୍ରିମୀୟର ଲିଗ୍ ୨୦୨୫ ଅନୁଷ୍ଠିତ :ବାବା ଚକ୍ରେଶ୍ୱର୍ ଚୂଡ଼ାମଣି ଟିମ୍ ଚମ୍ପିୟାନ।

2

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ପଦ୍ମପୁର ପଞ୍ଚାୟତ ଅଧୀନ କପାଗଡ଼ିଆ ଠାରେ କପାଗଡିଆ ପ୍ରୀମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଯାଇଛି। ଏହି ଅହୋରାତ୍ର ଖେଳ ରେ ମୋଟ ୧୬ ଟି ଟିମ୍ ଭାଗ ନେଇ ଥିଲେ। ଖେଳ ଟିକୁ ଶିକ୍ଷାବିତ୍ ବାବାଜୀ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ ଘାଟନ କରିଥିଲେ। ଆୟୋଜିତ ଏହି ଅହୋରାତ୍ର ଖେଳ କୁ ଆମ୍ପାୟର ଭାବ ରେ ଚନ୍ଦନ ବିନ୍ଧାଣି ଓ ପ୍ରଦୀପ ନାୟକ ପରିଚାଳନା କରିଥିଲେ। ଶେଷ ତଥା ଅନ୍ତିମ ଖେଳ ରେ କୋବିଦ୍ ଇଲେଭେନ କୁ ହରାଇ ବାବା ଚକ୍ରେଶ୍ୱର ଚୂଡ଼ାମଣି ଟିମ୍ ଚମ୍ପିୟାନ ହୋଇଛି। ବିଜୟୀ ଦଳ କୁ ଟ୍ରଫି ସହ ବାର ହଜାର ଆର୍ଥିକ ରାଶି ଓ ରନସ ଅଫ ଦଳ କୁ ଟ୍ରଫି ସହ ଆଠ ହଜାର ଆର୍ଥିକ ରାଶି ସଭାପତି ରାଜେଶ୍ କୁମାର ସେଠୀ ପ୍ରଦାନ କରିଥିଲେ। ଆୟୋଜିତ ଏହି ଅହୋରାତ୍ର ଖେଳ କୁ କ୍ଳବ୍ ର ସଭାପତି ରାଜେଶ୍ କୁମାର ସେଠୀ, , ସଦସ୍ୟ ପ୍ରଶାନ୍ତ ସେଠୀ, ରମାକାନ୍ତ ସେଠୀ, ଜୟ ପ୍ରକାଶ ନାୟକ, ସୌମ୍ୟ ରଂଜନ ସେଠୀ, ରାଜ କିଶୋର ପଣ୍ଡା , ହେମନ୍ତ ସେଠୀ, ରତିକାନ୍ତ ସେଠୀ, ନିରଞ୍ଜନ ସେଠୀ, ମନୋରଞ୍ଜନ ସେଠୀ, ଜୟନ୍ତ ସେଠୀ, କୁନା, ସଞ୍ଜୟ ସେଠୀ, ଶୁକଦେବ ସେଠୀ, ଜୟନ୍ତ ବେହେରା ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।

Leave A Reply

Your email address will not be published.