ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ର ଦ୍ଵିତୀୟ ଦିବସ ଖେଳ ଅନୁଷ୍ଟିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟ କୁ ମୁଖ୍ୟ ଅତିଥି ଭାବରେ ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ସାମ୍ୱାଦିକ ବିବେକା ନନ୍ଦ ମିଶ୍ର ଯୋଗ ଦେଇ ଦିବସର ଖେଳକୁ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ସମସ୍ତ ବ୍ଳକରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଆଜି ବି.ଏସ.ଏ ଉଲୁଣ୍ଡା ଓ ରାମଜୀ କ୍ଲବ୍ ନିମ୍ନା ମଧ୍ୟରେ ପ୍ରଥମ ମ୍ୟାଚ ଓ ରମଧୁନ-ଏ ଓ ରାମ ଧୂନ୍- ବି ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି l ତୃତୀୟ ମ୍ୟାଚ୍ ରାମ ଧୂନ୍- ସି ଓ ରାମ ଧୂନ୍- ଡି ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ପ୍ରଥମ ମ୍ୟାଚରେ ୧-୦ ଗୋଲରେ ନିମ୍ନl ଦଳ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ରାମଧୁନ- ବି ଦଳ ୨-୦ ଗୋଲ୍ ଓ ତୃତୀୟ ମ୍ୟାଚରେ ରାମ ଧୂନ୍-ସି ଦଳ ୧-୦ ଗୋଲରେ ବିଜୟୀ ହୋଇଛି l ପ୍ରଥମ ମ୍ୟାଚକୁ ସଞ୍ଜୀବ ସାହୁ ମୂଖ୍ୟ ରେଫରି ଭାବେ ସହଯୋଗୀ ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ ଓ ଶ୍ରବଣ ବିଶ୍ଵାଳ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରିଚାଳନା କରିଥିବା ବେଳେ ଦ୍ଵିତୀୟ ଓ ତୃତୀୟ ମ୍ୟାଚକୁ ଅନିଲ ଭୋଇ ମୁଖ୍ୟ ରେଫରୀ ଭାବେ ଏବଂ ରାଜେଶ ଥନlପତି , ଅନିତା ମହାକୁଡ ସହଯୋଗୀ ଓ ସଞ୍ଜୀବ ସାହୁ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରିଚାଳନା କରିଥିଲେ l ଦିଗାମ୍ୱର ଶତପଥି ଅତିଥି ପରିଚୟ କରି ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାଵଧାନରେ ଅନୁଷ୍ଟିତ ଏହି ଖେଳରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଶେଷରେ ଅତିଥି ବୃନ୍ଦ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ l
Sign in
Sign in
Recover your password.
A password will be e-mailed to you.