ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ବିଭିନ୍ନ ଗାଁ ରେ ଶିକ୍ଷାସଚେତନତା ରଥ ପରିକ୍ରମା କରି ଶୈକ୍ଷିକ ବାତାବରଣ ର ମାହୋଲ ସୃଷ୍ଟି କରିବା ସହ ନୂତନ ଶିକ୍ଷା ବର୍ଷ ପ୍ରାରମ୍ଭ ର ବିଗୁଲ ଫୁଙ୍କିଛି l ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ର ଶେଷ ଦିନରେ ବାଙ୍କୀପାଲି ସିଆରସିସି ସୁନୀଲ ସେଠ,ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ ଓ ଅନ୍ଧାରିବାଞ୍ଜି ସିଆରସିସି ଚିତ୍ତରଞ୍ଜନ ଠାକୁର ଙ୍କ ତତ୍ୱାବଧାନ ରେ ବାଙ୍କୀପାଲି ଗାଁ ରେ ଏହାକୁ ସ୍ୱାଗତ କରିଥିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ଶିକା, ବଲେନପାଲି ଗାଁ ରେ ସ୍ୱାଗତ କରିଥିଲେ ପ୍ରଧାନଶିକ୍ଷକ ଗଣନାଥ ତାଣ୍ଡି, ବାଘହାଣ୍ଡି ରେ ପ୍ରଧାନଶିକ୍ଷକ ମୁକୁନ୍ଦ ରଥ, ବୈରାଗୀମୁଣ୍ଡା ରେ ପ୍ରଧାନ ଶିକ୍ଷକ ଉମେଶ ସେନାପତି,ଧାତୁକିପାଲି ରେ ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ, କେନ୍ଦୁପାଲି ରେ ଗଜବନ୍ଧ ସରପଞ୍ଚ ବାସନ୍ତୀ ଖେତି, ବ୍ରାହ୍ମଣୀପାଲି ରେ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ, କୁଶଦାଦର ରେ ପ୍ରଧାନଶିକ୍ଷକ ରଘୁନାଥ ବାଘ, ଗଜବନ୍ଧ ରେ ବରିଷ୍ଠ ଶିକ୍ଷକ ଦିବାକର ବଢ଼େଇ, ଅନ୍ଧାରିବାଞ୍ଜି ରେ କଳା ଶିକ୍ଷକ ଶ୍ୟାମ କୁଅଁର, ଗନିଆଁ ରେ ପ୍ରଧାନଶିକ୍ଷକ ନାରାୟଣ ରଣା, ଭୀମଟିକ୍ରା ରେ ପ୍ରଧାନ ଶିକ୍ଷକ ଉତ୍କଳ ସାହୁ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ,ଅଙ୍ଗନୱାଡି କର୍ମୀ,ଛାତ୍ରଛାତ୍ରୀ ତଥା ଗ୍ରାମବାସୀ l ବିଭିନ୍ନ ଗ୍ରାମରେ ଦୁଲୁଦୁଲି ବାଜା,ସଂକୀର୍ତନ୍ୟ,ଗୀତ ନାଚ, ଗ୍ରାମ୍ୟ ଶୋଭାଯାତ୍ରା ଓ ସୁମଧୁର ସଂଗୀତ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରି ସଭିଏଁ ସ୍କୁଲ ଯିବା ର ନାରା ଦିଆଯାଇଥିଲା l
Sign in
Sign in
Recover your password.
A password will be e-mailed to you.