ସ୍ବାମୀ କଟୁରି ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ଫେରାର

0 1

ବାଲୁଗାଁ:(ସେକ କୌସର):-ଶନିବାର ସକାଳେ ବାଲୁଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣା ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ସ୍ବାମୀ କଟୁରି ଚୋଟରେ ସ୍ତ୍ରୀ ଗୁରୁତର ଆହାର ହୋଉଥିବା ବେଳେ ଘଟଣା ସ୍ଥଳରୁ ସ୍ୱାମୀ ଫେରାର ଥିବା ଜଣାପଡିଛି।ଖବର ମୁତାବକ ଅନ୍ନପୂର୍ଣା ନଗରର ମିଥୁନ ପରିଡା ଆଜି ସକାଳୁ କୌଣସି କାରଣ ନେଇ ସ୍ତ୍ରୀ ଲିଲି ପରିଡାଙ୍କ(୩୦) ସହ ବଚସା ହୋଇଥିଲା।ପାରିବାରିକ କଳହରୁ ବଚସା କ୍ରମଶଃ ଉଗ୍ରରୂପ ନେବାରୁ ମିଥୁନ ଏକ କଟୁରିରେ ଲିଲିକୁ ବାରମ୍ବାର ଆକ୍ରମଣ କରିଥିଲେ।ଲିଲିଙ୍କ ମୁଣ୍ଡ,ବେକ ପିଠିରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି।ସାହି ପଡିଶା ଏଭଳି ଅମାନବନୀୟ ଘଟଣା ଦେଖି ଆହତ ଅବସ୍ଥାରେ ଲିଲିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସ୍ଥଳରୁ ସ୍ବାମୀ ଫେରାର ହୋଇଯାଇଥିବା ବେଳେ ଲିଲିଙ୍କ ବାପ ଘର ପକ୍ଷରୁ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରିବାସହ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।ସୂଚନା ଥାଉକି ଅଭିଯୁକ୍ତ ମିଥୁନ ଜଣେ ଉଠା ପଇଡ଼ ବେପାରୀ ହୋଇଥିବା ବେଳେ ଘରେ ବୃଦ୍ଧ ବାପା,ମା,୭ ବର୍ଷର ପୁଅ ଓ ୪ ବର୍ଷର ଝିଅ ରହୁଥିଲେ।ତେବେ ଏପରି ଘଟଣା କଣ ପାଇଁ ମିଥୁନ କଲା ତାହା ସନ୍ଦେହ ଘେରରେ ରହିଥିବା ଆଲୋଚନାର ବିଷୟ ପାଲଟିଛି।

Leave A Reply

Your email address will not be published.