ବିଜେପୁର :-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ପାଟକୁଲୁଣ୍ଡା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା କାର୍ଯ୍ୟକ୍ରମକୁ ପହଞ୍ଚି ତାଙ୍କ କୋମଳ ହସ୍ତରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏଇ ଶୁଭ ଅବସରରେ ଆରଡ଼ି ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅଞ୍ଚଳର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ଧୀରୋଜ ପଧାନ, ପୂର୍ବତନ ସାଂସଦ ପ୍ରତିନିଧି ମହେଶ ଦେବତା, ବିଜେପି ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ କୋଟି,୮୧ ଲକ୍ଷ ବ୍ୟୟ ଅଟକଳରେ ଏଇ ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି।ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ବିଜେପି ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.