ତାଳପଦର ସାପ୍ତାହିକ ବଜାର ରେ ପିଇବା ପାଣି ସମସ୍ୟା

0

ବିଜେପୁର :-ବିଜେପୁର ବ୍ଲକ ତାଳପଦର ସାପ୍ତାହିକ ବଜାର ଠାରେ ପିଇବା ପାଣି ସମସ୍ୟା ଦେଖା ଦେଲାଣି l ସୂଚନା ଯୋଗ୍ୟ ଯେ ପ୍ରତି ମଙ୍ଗଳବାର ତାଲପଦର ଠାରେ ବଜାର ବସିଥାଏ ଦୂର ଦୁରାନ୍ତରୁ ବ୍ୟବସାୟୀ ମାନେ ଏଠାକୁ ସାମଗ୍ରି ବିକ୍ରୟ ପାଇଁ ଆସିଥାନ୍ତି lଏପରିକି ପାଖ ଆଖ ଅନେକ ଗାଁ ର ଅନେକ ଲୋକ ସାମଗ୍ରୀ କିଣିବା ପାଇଁ ଏଠି ଏକତ୍ରିତ ହୁଅନ୍ତି l ହେଲେ ପିଇବା ପାଣି ର ଅଭାବ ଦୁଇ ମାସ ହେବ ଲୋକେ ଏଠାରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଅତିଶିଘ୍ର ପିଇବା ପାଣି ର ବ୍ୟବସ୍ଥା କରିବାକୁ ଲୋକେ ପ୍ରଶାସନ କୁ ନିବେଦନ କରିଛନ୍ତି l

Leave A Reply

Your email address will not be published.