ରମାକାନ୍ତ ସେବା ଫାଉଣ୍ଡେସନ ର ସଫେଇ କାର୍ଯ୍ୟ କ୍ରମ

0

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ନାୟକାନଡିହି ରେ ଥିବା ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ପାଖ ପଞ୍ଚାୟତ କରଞ୍ଜଆଡ଼ିଆ ରେ ଥିବା ଖେମେଶ୍ୱର୍ ଶିବ ମନ୍ଦିର ପରିସର ରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସେବା ଫାଉଣ୍ଡେସନ ର ପ୍ରତିଷ୍ଠାତା ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ ଙ୍କ ନେତୃତ୍ୱ ରେ ତିରିଶ ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ରହି ମନ୍ଦିର ପରିସର ରେ ସଫେଇ କାର୍ଯ୍ୟ କରିଥିଲେ। ଏହା ଅବସର ରେ କୋଡ଼ିଏ ଜଣ ଯୁବକ ରମାକାନ୍ତ ସେବା ଫାଉଣ୍ଡେସନ କାର୍ଯ୍ୟ ରେ ଖୁସି ବ୍ୟକ୍ତ କରି ଅନୁପ୍ରାଣିତ ହୋଇ ରମାକାନ୍ତ ସେବା ଫାଉଣ୍ଡେସନ ର ନୂତନ ସଦସ୍ୟ ଭାବେ ରତିକାନ୍ତ ପ୍ରଧାନ ଙ୍କ ଉପସ୍ଥିତି ରେ ସଦସ୍ୟତା ନେଇଥିଲେ।

Leave A Reply

Your email address will not be published.