ବାସୁଦେବପୁର – ସପ୍ତମ ବାସୁଦେବପୁର ସୌରଭ ସମ୍ମାନ ୨୦୨୫ ବାସୁଦେବପୁର ରେ ଆସନ୍ତା ଏପ୍ରିଲ ମାସ ପଚିଶ ତାରିଖ ରୁ ଆରମ୍ଭ ହୋଇ ମେ ମାସ ଚାରି ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ନବ ନିର୍ମାଣ ସେନା ଅଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ। ମଙ୍ଗଳବାର ହୋଟେଲ ସ୍ନେହା ରେ ଅନୁଷ୍ଠିତ ହୋଇ ଥିବା ନବ ନିର୍ମାଣ ସେନା ବାସୁଦେବପୁର ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ନବ ନିର୍ମାଣ ସେନା ର କର୍ମ କର୍ତ୍ତା। ଏଥି ନିମନ୍ତେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଟିତ ହେବ।। ପ୍ରତିଦିନ ସଭା କାର୍ଯ୍ୟ କ୍ରମ ସହ ମିନା ବଜାର, ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ। ଏଥି ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ନେତା, ବିଧାୟକ, ସାଂସଦ, ମନ୍ତ୍ରୀ, ଶିକ୍ଷାବିତ୍, ସମାଜସେବୀ, ସାହିତ୍ୟିକ ପ୍ରତିଦିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ଙ୍କ ର ସହଯୋଗ ଲୋଡ଼ି ଛନ୍ତି ନବ ନିର୍ମାଣ ସେନା ର କର୍ମ କର୍ତ୍ତା। ଅନୁଷ୍ଠିତ ଏହା ସାମ୍ବାଦିକ ସମ୍ମିଳନୀ ରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକ ଙ୍କ ସହ ଉପଦେଷ୍ଟା ପ୍ରଦୀପ ମହାନ୍ତି, ଗଗନ ସେଠୀ, ସଭ୍ୟ ନୀରଦ ଦାଶ, ଅଲେଖ ପରିଡ଼ା, କୃଷ୍ଣ ଚନ୍ଦ୍ର ମହାକୁଡ, ପ୍ରଭାତ ନାୟକ, ରାଜେଶ୍ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.