ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରରେ ଉତ୍କଳ ଦିବସ ପାଳିତ

0

ପଦ୍ମପୁର:-ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରରେ ଉତ୍କଳ ଦିବସ ଓ ପ୍ରଥମ ଦିନେ।ତ୍ସବ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶ୍ରୀଯୁକ୍ତ ଧନଞୟ ତାଣ୍ଡି ଗୁରୁଜୀ ଉତ୍କଳ ଦିବସ ବିଷୟରେ ବକ୍ତବ୍ୟ ପ୍ରଧାନ କରିଥିଲେ । ଶ୍ରୀଯୁକ୍ତ ଶୋଭାଚନ୍ଦ୍ର ସ୍ଵାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ପ୍ରଥମ ଦିନୋତ୍ସବରେ ଯଜ୍ଞକର୍ତ୍ତା ଭାବରେ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ଓ ଧର୍ମପତ୍ନୀ ଶ୍ରୀମତୀ ନିଲାନ୍ଦ୍ରୀ ସା, ଶ୍ରୀଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ଧର୍ମପତ୍ନୀ ଶ୍ରୀମତୀ ସଙ୍ଗୀତା ପ୍ରଧାନ, ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ଓ ଧର୍ମପତ୍ନୀ ଶ୍ରୀମତୀ ଗୀତୁ ମିଶ୍ର,ଶ୍ରୀଯୁକ୍ତ ଘନଶ୍ୟାମ ବିଶି ଓ ଧର୍ମପତ୍ନୀ ଶ୍ରୀମତୀ ସଙ୍ଗୀତା ବିଶି ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ନବପ୍ରଭାତ ଆଶ୍ରମ,ନୂଆଁପ।ଲିର ବ୍ରହ୍ମଚାରୀ ସମ୍ବିତ ଆର୍ଯ୍ୟ ଓ ଦିଲୁ ଆର୍ଯ୍ୟ ଭାଇ ଯଜ୍ଞ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ । ଠିକ୍ ସେହିପରି ଶିଶୁ ମନ୍ଦିର ପରିସର ରେ ଉତ୍କଳ ଦିବସ ଓ ପ୍ରଥମ ଦିନୋତ୍ସବ ପାଳନ କରାଯାଇଛି । ଏଥିରେ ଅଭିଭାବକ ସୁଶାନ୍ତ କୁମାର ସାହୁ ଦୀପ ପ୍ରଜ୍ବଳନ କରିଥିଲେ। ଶ୍ରୀଯୁକ୍ତ ମୁଦିରଥ ପଣ୍ଡା ମଞ୍ଚାସୀନ ଥିବା ବେଳେ ଶ୍ରୀଯୁକ୍ତ ଦୁର୍ବାଦଳ ସାହୁ ଗୁରୁଜୀ ଉତ୍କଳ ଦିବସ ବିଷୟରେ ପ୍ରାଞ୍ଜଳ ଭାବେ ଆଲୋକପାତ କରିଥିଲେ।ରଞ୍ଜିତା ଭୋଇ ଗୁରମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ମୋହିନୀ ଡାଲୁଆ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।ଯଜ୍ଞ କର୍ତ୍ତା ଭାବରେ ଅନନ୍ତ ମେହେର ସପତ୍ନିକ ବିଜୁଳି ମେହେର, ଦେବାନନ୍ଦ ମଲ୍ଲିକ ସପତ୍ନିକ ହରିପ୍ରିୟା ମଲ୍ଲିକ,ହରି ସାହୁ ସପତ୍ନିକ ମୀନା ସାହୁ ପ୍ରମୁଖ ଯଜ୍ଞ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ଦାଶ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ସୁଜାତା ତ୍ରିପାଠୀ ଗୁରୁମା ସୂଚନା ପ୍ରଦାନ କରିଥିବା ବେଳେ ଦୁର୍ବାର ସାହୁ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.