ଭୁବନେଶ୍ୱର, ମାର୍ଚ୍ଚ ୩୧: କୀଟରୁ ପ୍ରସ୍ତୁତ ହେଉଥିବା ଉଦ୍ୟୋଗିକ ଉତ୍ପାଦ ଉପରେ ମିଳିତ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ଓ ଇନ୍ସେକ୍ଟିକା ବାୟୋଟେକ୍ ପ୍ରାଇଭେଟ ଲିମିଟେଡ୍ (ଆଇବିପିଏଲ୍) ମଧ୍ୟରେ ଏଠାରେ ଶନିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଆଇବିପିଏଲ୍ କୀଟ ପତଙ୍ଗମାନଙ୍କ ଉପରେ ଗବେଷଣା କରି ବିଶ୍ୱ ତାପମାନ ବୃଦ୍ଧି ତଥା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ପରିବର୍ତନ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଆବର୍ଜନାକୁ ପୁନର୍ବ୍ୟବହାର କରି ପରିବେଶ ସୁରକ୍ଷା ନିମନ୍ତେ ଉଦ୍ୟମ ଜାରି ରଖିଛି ।
ଏହି ବୁଝାମଣା ପତ୍ର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆଇବିପିଏଲ୍ର ନିଦେ୍ର୍ଧଶକ ଶ୍ରୀ ଅରୁଣ କୁମାର ଦାସଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
ଆଇବିପିଏଲ୍ର ବୈଜ୍ଞାନିକମାନେ ବ୍ଲାକ ସୋଲ୍ଜର ଫ୍ଲାଇ ବା କଳା ସେନାପତି ମାଛି ଉପରେ ଗବେଷଣା ଜାରି ରଖିଛନ୍ତି ଯେପରି ଏହାର ପ୍ରତିପାଳନ ଓ ଚାଷ ଦ୍ୱାରା କୀଟରୁ ପୁଷ୍ଟିସାର ଓ ତୈଳ ଉତ୍ପାଦନ ହୋଇପାରିବ ।
ଏହି ବୁଝାମଣା ପତ୍ର ଅନୁଯାୟୀ ସୋଆ ଓ ଆଇବିପିଏଲ୍ର ଏହି କ୍ଷେତ୍ରରେ ଗବେଷଣା ଜାରି ରଖିବା ସହ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଦେଶର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ସହ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ କରିବେ ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ସୋଆ ପରିଚାଳିତ ସେଂଟର ଫର ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ରିସର୍ଚ୍ଚର ନିଦେ୍ର୍ଧଶକ ପ୍ରଫେସର ଏଚ୍.ଏନ. ଥାଟୋଇ, ସୋଆର ଚିଫ୍ ଆଡମିନିଷ୍ଟେ୍ରଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଆଇବିପିଏଲ୍ର ପ୍ରଫେସର ସସ୍ମିତା ମହାନ୍ତି, ସିଆଇବିଆରର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଅମ୍ରିତା ବାନାର୍ଜୀ, ଆସିଷ୍ଟାଂଟ ପ୍ରଫେସର ସୋ÷ରଭ ଚଟ୍ଟୋରାଜ ଆଇବିପିଏଲ୍ର ନିଦେ୍ର୍ଧଶକ ଡକ୍ଟର କମଲେଶ ମିଶ୍ର, ରିସର୍ଚ୍ଚ ହେଡ ଡକ୍ଟର ଚିନ୍ମୟୀ ଆଚାର୍ଯ୍ୟ ଓ ଏଚଆର ବିଭାଗର ଶ୍ରୀ ସନ୍ତୋଷ ବିଶ୍ୱାଳ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post