ଓଡ଼ଗାଁ,୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡିଓ ଜିତେନ୍ଦ୍ର କୁମାର ନାୟକ ଏବଂ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀଙ୍କ ପ୍ରତିନିଧି ଲିଙ୍ଗରାଜ ପାତ୍ର ଶୁଭାରମ୍ଭ କାର୍ଯ୍ୟ କ୍ରମରେ ଉପସ୍ଥିତ ରହିଥିଲେ।
୧୨୮ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିବା ନିମନ୍ତେ ସମସ୍ତ ନଥି ପତ୍ର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଉପସ୍ଥିତ ଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏବଂ ଅନ୍ୟ ହିତାଧିକାରୀଙ୍କୁ ଦିନେ ଦୁଇଦିନ ଭିତରେ ବଣ୍ଟନ କରାଯିବ। ସୂଚନା ଥାଉକି ଓଡ଼ଗାଁ ବ୍ଳକର ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା କ୍ଷତିଗ୍ରସ୍ତ, ଭିନ୍ନକ୍ଷମ ଏବଂ ପିତୃମାତୃହୀନ ଏବଂ ଅନ୍ୟ ମାନଙ୍କ ଉଦ୍ଦେଶ୍ୟରେ ପ୍ରତି ପଞ୍ଚାୟତକୁ ୧୫ଟି ଲେଖାଏଁ ୩୬ ପଞ୍ଚାୟତର ୫୪୦ ଜଣ ହିତାଧିକାରୀ ଏହି ଯୋଜନାର ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀକୃଷ୍ଣ ନଗର ପଡ଼ିଆ ରିସିଗାଁ ଭବାନୀ ପାଟଣା କଳାହାଣ୍ଡି ଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଓଡ଼ଗାଁରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା।ଆବାସ ଯୋଜନା ବ୍ଳକ ପ୍ରକଳ୍ପ ସଂଯୋଜକ ପଦ୍ମ ଲୋଚନ ମହାନ୍ତି କାର୍ଯ୍ୟ କ୍ରମର ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post