ଓଡ଼ଗାଁ ୩୦।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିଶନ ଶକ୍ତି ପ୍ରକଳ୍ପ ଆନୁକୂଲ୍ୟରେ ରବିବାର ଅପରାହ୍ଣରେ ଋଣମେଳା କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମେଳାରେ ୧୫ ବ୍ୟାଙ୍କ ୧୫ ସ୍ବୟଂ ସହାୟକ ଗୋଷ୍ଠୀକୁ ଚେକ୍ ମାଧ୍ୟମରେ ୧ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ମେଳାରେ ବ୍ଳକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ବଜିତ ଜେନା, ମହିଳା ଓ ଶିଶୁ ବିକାଶ ସୁପର ଭାଇଜର ସୁଭଦ୍ରା ଖିଲାର, ଏଚଡିଏଫସି ବ୍ୟାଙ୍କର ତପନ କୁମାର ପ୍ରଧାନ, ଓଡ଼ିଶା ଯିବିକା ମିଶନ ପ୍ରକଳ୍ପ ଅଧିକାରୀ ସୁରଜ କୁମାର ବେହେରା, ମିସନଶକ୍ତି ପ୍ରକଳ୍ପ ଅଧିକାରୀ ମୃତ୍ୟୁଞ୍ଜୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଏମବିକେ ଏବଂ ବ୍ୟାଙ୍କ ମିତ୍ର ୨୦୨୪/୨୫ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ ହାସଲ କରିଥିବାରୁ ପ୍ରଶଂସା କରିଥିଲେ । ୧୩ ବ୍ୟାଙ୍କ ଶାଖାର ବ୍ୟାଙ୍କ ମିତ୍ର ୩୬ ପଞ୍ଚାୟତର ଏମବିକେ, ସିଆରପି ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ଅଂଶଗ୍ରହଣ କରିଥିଲେ । ୭ ଜଣ ବ୍ୟାଙ୍କ ମିତ୍ରଙ୍କୁ ଆର୍ଥିକ ବର୍ଷର ସଫଳ ବ୍ୟାଙ୍କ ମିତ୍ର ଭାବରେ ଏବଂ ଅନ୍ୟ ୬ ଜଣଙ୍କ କାର୍ଯ୍ୟ ପାଇଁ ଏହିପରି ୧୩ ଜଣକୁ ସମ୍ବର୍ଦ୍ଧନା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ସମିର ମହାପାତ୍ର ଏବଂ ଅରୁଣ କୁମାର ପାତ୍ର କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post