ବନଦୁର୍ଗା ମନ୍ଦିର ରେ ବାସନ୍ତିକ ଦୁର୍ଗୋତ୍ସବ

2

ପଦ୍ମପୁର: ଶନିବାର ସନ୍ଧ୍ୟା ୭ ଘ.ସମୟରେ ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରୁ କର୍ତ୍ତା ମନୋରଞ୍ଜନ ସାହୁ ତାଙ୍କ ଧର୍ମପତ୍ନୀ ଦିବ୍ୟାଭାରତି ସାହୁ ଙ୍କ ସମେତ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖୁଆ ରାଜିନ ମହାପାତ୍ର ଙ୍କ ଶଙ୍ଖ ନାଦରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା ।ବାସନ୍ତିକ ଦୁର୍ଗୋତ୍ସବ ର ପ୍ରଥମ ଦିନରେ କଳସାଧିବାସ ସହ ମାଁ ଶୈଳପୁତ୍ରୀ ଙ୍କ ପୂଜା ଅନୁଷ୍ଠିତ ହୁଏ ।
ବାସନ୍ତିକ ଦୁର୍ଗାପୂଜା ହେଉଛି ପ୍ରଥମ ଦୁର୍ଗାପୂଜା,ରାଜା ସୁରଥ ଓ ସମାଧି ବୈଶ ଚୈତ୍ର ମାସରେ ପ୍ରଥମକରି ଦୁର୍ଗାପୂଜା ଆରମ୍ଭ କରିଥିବାର ମାର୍କଣ୍ଡେୟ ପୁରାଣ ରୁ ସୂଚନା ମିଳେ ।
ବାସନ୍ତିକ ଦୁର୍ଗାପୂଜା ରେ ନବରାତ୍ର ବିଧାନ ରହିଅଛି।ନ ଦିନରେ ମାଁ ଭଗବତୀ ନଅ ଗୋଟି ବେଶ ରେ ଭକ୍ତମାନଙ୍କୁ କୃପା ପ୍ରଦାନ କରି ଥାଆନ୍ତି ।
ପ୍ରଥମମ୍ ଶୈଳପୁତ୍ରୀ, ଦ୍ୱିତୀୟମ୍ ବ୍ରହ୍ମଚାରିଣୀ , ତୃତୀୟମ୍ ଚନ୍ଦ୍ର ଘଣ୍ଟୋତି, ଚତୁର୍ଥମ୍ କୁଷ୍ମାଣ୍ଡତି, ପଞ୍ଚମମ୍ ସ୍କନ୍ଧମାତାତି , ଷଷ୍ଠମମ୍ କାତ୍ୟାୟାନୀତିତ, ସପ୍ତମମ୍ କାଳରାତ୍ରିତି, ଅଷ୍ଟମମ୍ ମହାଗୋୖରୀତି, ନବମମ୍ ସିଦ୍ଧିଦାତ୍ରିତି ନବଦୁର୍ଗା ପ୍ରର୍କୀତତେୟ ।
ଏହି ଅବସରରେ ଚଣ୍ଡିପାଠକ ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ଡା, ଦେବେନ୍ଦ୍ର ତ୍ରିପାଠୀ, ରାଜେଶ ନନ୍ଦ, ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପଣ୍ଡା (ସୁରୁ), ଲକ୍ଷ୍ମୀ ମନ୍ଦିର ପୂଜକ ଉଦୟ ନନ୍ଦ, ଗୌରାଙ୍ଗ ବାରିକ ସମେତ ମନ୍ଦିର ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ୍ୟ ଅନିଲ କୁମାର ବେହେରା, ମନ୍ଦିର କର୍ମକର୍ତା ସୁଶାନ୍ତ ପଧାନ, ଗଜାନନ ଶର୍ମା, ପ୍ରତାପ ମିଶ୍ର, ଗଜାନନ ଅଗ୍ରୱାଲ, ଉମେଶ ଚନ୍ଦ୍ର ସାହୁ, ବିଷ୍ଣୁ ଥପା, ନାରାୟଣ ଭୋଇ, ବୁଧୁ ସାହୁ, ସରୋଜ ଯୋଶୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସହଯୋଗ କରିଥିଲେ ।

Leave A Reply

Your email address will not be published.