ପଦ୍ମପୁର :- ଆଜି ବରଗଡ ଜିଲ୍ଲା ପଦ୍ମପୁର କପସିଲା କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଚନ୍ଦନ ବଂଶଲ ଟ୍ରଷ୍ଟ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟ୍ରଷ୍ଟ ର ମୁଖ୍ୟ ଚନ୍ଦନ ବଂଶଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବାବେଳେ ମେଡ଼ିସିନ ସ୍ପେଶାଲିଷ୍ଟ ଡ଼ଃ ସତ୍ୟବ୍ରତ ଚୌହାନ, ଶିଶୁ ରୋଗ ବିଶେଷଜ୍ଞ ଡ଼ଃ ଭୁବନ ମେହେର ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଉକ୍ତ ଶିବିରରେ ୧୨୯ ଜଣ ରୋଗୀ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ। ଉକ୍ତ ଶିବିର କୁ ଦିନେସ, ହରି, ନିର୍ମଳ, ପ୍ରଦୀପ, ନିଲୁ, ନିବାସ, ସୁରେନ, ନିବାସ, ପପୁ, ପ୍ରଶାନ୍ତ, ଟୁନା, ଦୀପକ,ଓ ଗ୍ରାମବାସୀ ସହଯୋଗ କରିଥିଲେ। କପସିଲା ଠାରେ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post