ଓଡ଼ଗାଁ, ୨୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତଥା ରାଜ୍ୟର ସୁପ୍ରତିଷ୍ଠିତ ପିଏମଶ୍ରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ୨୦୨୪-୨୫ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ କମିଟି ସଭାପତି ବରେନ୍ଦ୍ର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପାଠପଢ଼ା ସହିତ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିବା ବେଳେ ଦୈନିକ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଅଭ୍ୟାସ ରଖିଲେ ମନେରହିବା ଶକ୍ତି ବୃଦ୍ଧି ପାଇବା ସହ ଶରୀର ସୁସ୍ଥ ରହିବାରେ ସହାୟକ ହୋଇଥାଏ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଡ.ମାନସ ରଞ୍ଜନ ଭୋଇ, ତହସିଲଦାର ଓଡ଼ଗାଁ ପିଲାମାନଙ୍କୁ କ୍ରୀଡା ଓ ବ୍ୟାୟାମ ଆଦିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ |। ଏବଂ ସମ୍ମାନୀତ ଅତିଥି ଭାବେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ନିଲାଞ୍ଜନ ଦାସ, ସମାଜସେବୀ ତଥା ଖେଳ ମଣିଷ ଭାବେ ପରିଚିତ ଦିବାକର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ବେହେରା ଅନୁଷ୍ଠାନର କ୍ରୀଡ଼ା ବିବରଣୀ ପାଠ କରିଥିଲେ । ଶିକ୍ଷକ ଏକଲବ୍ୟ ଦାଶଙ୍କ ଦ୍ବାରା କାର୍ଯ୍ୟକ୍ରମର ସଂଯୋଜନା କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.