ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପାରଳଖେମୁଣ୍ଡି ଶାଖାର ସ୍ବତନ୍ତ୍ର ବୈଠକ

2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହରେ ଅନୁଷ୍ଠାନର ସଭାପତି ଅଶ୍ଵିନୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସୁରେଶ ବେହେରା ବୈଠକର ଉଦ୍ଦେଶ୍ୟ ସଂପର୍କରେ ପ୍ରାକ୍ ସୂଚନା ଦେଇଥିଲେ। ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର ପେନସନ ମହାସଙ୍ଘର ଷଷ୍ଠ ରାଜ୍ୟ ସମ୍ମିଳନୀ ୧୨ଏପ୍ରିଲ ୨୦୨୫ ସାରଳା ଭବନ , କଟକ ଠାରେ ହେବ , ଏଥିରେ ପାରଳାଖେମୁଣ୍ଡିର ୧୬ ଜଣ ପେନସନ ଭୋଗୀ ଯୋଗଦେବା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ଚିକିତ୍ସା ଭତ୍ତା ସହ ଅନ୍ୟାନ୍ୟ ନାର୍ୟ୍ଯ ଦାବି ଗୁଡ଼ିକ ସରକାରଙ୍କୁ ଅବଗତି ଓ ଅନୁରୋଧ କରାଯିବ। ଏହି ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଗଜପତି ସଂଘ ସମ୍ପୂର୍ଣ୍ଣ ଅଂଶଗ୍ରହଣ କରି ସଫଳତା ପାଇବା ପାଇଁ ଉଦ୍ୟମ ଜାରି ରଖିବେ।
ସଭା ଶେଷରେ ଅନୁଷ୍ଠାନର ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.