ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ ସେପ୍ଟେମ୍ବର ମାସରେ ଧୂମୂଛାଇ ସମିତିସଭ୍ୟ ତଥା ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ ବେଲଗୁଣ୍ଠା ଅଧ୍ୟକ୍ଷ ଏବଂ ଧୂମୂଛାଇ ସମିତିସଭ୍ୟ ପଦ ଖାଲି ପଡ଼ିଥିଲା I କିଛିଦିନ ତଳେ ବେଲଗୁଣ୍ଠା ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହୋଇ ବଡ଼ ବୋର୍ସିଂ ସମିତିସଭ୍ୟା ମମତା ଭୋଳ ବ୍ଳକ୍ ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଥିବା ବେଳେ ଧୂମୂଛାଇ ସମିତିସଭ୍ୟ ପଦବୀ ଖାଲି ପଡ଼ିଥିଲା I ଧୂମୂଛାଇ ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗକଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଧୂମୂଛାଇ ପଂଚାୟତରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି I ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପ୍ରକାରେ ଚଳିତ ମାସ 27,28 ଏବଂ 29 ତାରିଖକୁ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ ବିଜେପି ସମର୍ଥିତ ପ୍ରାର୍ଥୀ ଶ୍ୟାମସୁନ୍ଦର ନାୟକ ନିଜ ପ୍ରାର୍ଥୀପତ୍ର ବ୍ଳକ୍ କାର୍ଯ୍ୟାଳୟରେ ବିଡିଓ ବିଜୟ ପ୍ରଧାନଙ୍କ ନିକଟରେ ଦାଖଲ କରିଛନ୍ତି I ଆଜି ପ୍ରଥମେ ଶ୍ୟାମ ସୁନ୍ଦର ଏବଂ ତାଙ୍କର ଶତାଧିକ ସମର୍ଥକ ଆସି ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିବା ପରେ ବେଲଗୁଣ୍ଠା ପରିକ୍ରମା କରିଥିଲେ I ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ଧୂମୂଛାଇ ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ବ୍ଳକ୍ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ I ପ୍ରକାଶ ଥାଉକି ପୂର୍ବରୁ ଏହି ପଂଚାୟତରେ ବିଜେଡିର ଦବଦବା ରହି ଆସିଥିବା ବେଳେ ବର୍ତ୍ତମାନ ସରପଞ୍ଚ ମଧ୍ୟ ବିଜେଡି ସମର୍ଥିତ ଅଟନ୍ତି I ତେବେ ସ୍ଵର୍ଗତ ପ୍ରଶାନ୍ତ ନାୟକଙ୍କ ପରେ ବିଜେପି ଶିବିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି I ସାଧାରଣ ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାର ସହିତ ଏଠାରୁ ମଧ୍ୟ ବିଜେପି ବିଧାୟକ ନିର୍ବାଚିତ ହୋଇଥିବାରୁ ଏହି ସମିତିସଭ୍ୟ ପଦବୀକୁ ମଧ୍ୟ ବିଜେପି ନିଜ ଅକ୍ତିଆରକୁ ନେବାପାଇଁ ଲକ୍ଷ୍ୟ ରଖିଛି I
ଆଜି ଶ୍ୟାମସୁନ୍ଦରଙ୍କ ସହ ପାଇଲିପଡ଼ା ସମିତିସଭ୍ୟ ତଥା ବରିଷ୍ଠ ବିଜେପି ନେତା କେ ରବୀନ୍ଦ୍ର କୁମାର ପାତ୍ର, ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ଯୁବନେତା ଅର୍ଜୁନ ବିଷୋୟୀ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା,ପ୍ରମୋଦ ପ୍ରଧାନ, ବରିଷ୍ଠ ବିଜେପି ନେତା ଅରୁଣ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କେ କ୍ରିଷ୍ଣା ମୂର୍ତ୍ତୀ ପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ରାଉତଙ୍କ ସମେତ ବହୁ ବିଜେପି କର୍ମୀ ଊପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post