ଇଚ୍ଛାପୁରରେ “ବେଟି ପଢାଓ ବେଟି ବଚାଓ” ଅଭିଯାନ

0 2

ସୁବର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଚୈତନ୍ଯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ବେଟି ପଢାଓ ବେଟି ବଚାଓ ଅଭିଯାନ ପାଳନ ହୋଇଯାଇଛି। ବିଦ୍ୟାଳୟର ଛାତ୍ରୀ ଓ ତାଙ୍କ ମାଆ ମାନଙ୍କ ଦ୍ବାରା ଗ୍ରାମ୍ଯ ପରିକ୍ରମା କରାଯାଇଥିଲା। ଛାତ୍ରୀ ରଶ୍ମି ବରିହା,ଗ୍ରେସିରାଣୀ ସେଠ୍,ଆଲିସା ସେଠ୍,ପୂଜା ଭୁଏ ଓ ସ୍ନେହା ନାଏକଙ୍କ ଦ୍ବାରା ବାଲ୍ଯ ବିବାହ ଉପରେ ସଚେତନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରଧାନ ଶିକ୍ଷକ ସହଦେବ ଭୁଏ ତତ୍ତ୍ବାବଧାନ ରେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବେଳେ ଶିକ୍ଷକ ଧିରେନ୍ଦ୍ର ନାରାୟଣ ବାରିକ, ଜୀବର୍ଦ୍ଧନ ସାମନୀ, ପ୍ରମୋଦ କୁମାର ସାହୁ ଓ ନରେନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ। ଏଥିରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.