ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଗତ ଏକ ସପ୍ତାହ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିର ଆଜି ସମାପ୍ତି ହେଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ଡ଼ଃ ପ୍ରଫୁଲ୍ଲ କୁମାର ଜେନା, ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରୋଗ୍ରାମ କୋ-ଅଡିନେଟର ବିଶ୍ୱମ୍ବର ସ୍ୱାଇଁ, ଅଧ୍ୟାପିକା ପିଙ୍କିପାତ୍ର, ମାଷ୍ଟର ଟ୍ରେନର ସୁଶ୍ରୀ ଇତିଶ୍ରୀ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ନାରୀ ମାନଙ୍କ ନିଜ ସୁରକ୍ଷା ପାଇଁ କରିଥିବା ସରକାରଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ସେହିପରି ଛାତ୍ରୀମାନେ ଉକ୍ତ ଶିକ୍ଷାକୁ ଆବଶ୍ୟକ ସ୍ଥଳେ ଦୃଢତାର ସହ ଉପଯୋଗ କରି ନିଜକୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ତାଲିମ ପ୍ରାପ୍ତ ଛାତ୍ରୀମାନେ କେତେକ ତାଲିମ କୌଶଳ ଗୁଡିକ ଅତିଥିମାନଙ୍କ ଆଗରେ ପ୍ରଦର୍ଶନ କରିଥିଲେ। ତାଲିମପ୍ରାପ୍ତ ଶିବିରାର୍ଥୀମାନଙ୍କୁ ତାଙ୍କର ସଫଳ ତାଲିମ ପାଇଁ ସେମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ପ୍ରଦାନ କରା ଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.