ବଲାଙ୍ଗିର- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଜିଲ୍ଲା ପାଟଣାଗଡ଼, ବେଲପଡା, ଖପ୍ରାଖୋଲ୍ ଅଞ୍ଚଳରେ ଫେରି ଵାଲା ଫେଲ୍ ମାରିବ ଯେପରି କ୍ୱାକ୍ ମାନଙ୍କ ରାଜତ୍ଵ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ! କିଛି ମାସ ତଳେ ବଲାଙ୍ଗୀର୍ ଜିଲ୍ଲାର ଖପ୍ରାଖୋଲ୍ ହରିଶଙ୍କର୍ , ସଇଁତଲା, ଟିଟିଲାଗଡ ଏବଂ ବିଭିନ୍ନ ଅଞ୍ଚଳରୁ ଅଯୋଗ୍ୟ ବଙ୍ଗାଳୀ ଡାକ୍ତର ମାନେ ଗିରଫ୍ ହେବାପରେ
ଅଞ୍ଚଳରେ ସ୍ଵାସ୍ଥ୍ୟ ପ୍ରତି ଜନସାଧାରଣ ଏବେ ଭୟଭୀତ ଅବସ୍ଥାରେ ! କିନ୍ତୁ କିଛି ଗାଁ ମାନଙ୍କରେ ଏବେବି ପ୍ରଶାସନକୁ ଚେଲେଞ୍ଜ କରି ବେଧଡ଼କ୍ ଘରେ, ଘରେ ବେଆଇନ କ୍ଲିନିକ ଓ ପଥୋଲଜି ଲାବ କରି ବେଶ୍ ଆରାମରେ ମୋଟା ଅଙ୍କର ଅର୍ଥ ସାଉଟୁଛନ୍ତି କ୍ୱାକ ଡାକ୍ତର ମାନେ l ବର୍ତ୍ତମାନ୍ ଆମ ଦେଶ ବିଜ୍ଞାନ କ୍ଷେତ୍ରରେ ଅନେକ ଦେଶ ମାନଙ୍କଠୁ ଅଗ୍ରଣୀ ହୋଇ ଚନ୍ଦ୍ରପୃଷ୍ଟ ଏବଂ ମଙ୍ଗଳ ଗ୍ରହରେ ପାଦ ଥାପି ସାରିଲାଣି ତଥାପି ବି ଲୋକଙ୍କ ସାଧାରଣ ଜ୍ଞାନର ଅଭାବ ରହିଛି । ଜ୍ଞାନର ଅଭାବ ରୁ ବିନଷ୍ଟ ହେଉଛନ୍ତି । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ମାନେ ସବୁବେଳେ ଲୋକଙ୍କୁ ସେବା ପ୍ରଦାନରେ ତତ୍ପର ଅଛନ୍ତି ଓ ସରକାରୀ ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି । ଏତେ ସୁ ସୁବିଧା ଥାଇ ମଧ୍ୟ, କିଛି ଟାଉଟର ବ୍ୟକ୍ତି ନିଜକୁ ସୁପର ଡାକ୍ତର ମନେ କରି ନିଜ ନିଜ ଘରେ କ୍ଲିନିକ ଖୋଲି ଏବଂ ଗାଁ ଗାଁ ବୁଲି ଅତି ଚାଲାକି ଢଙ୍ଗରେ ମନମୋହକ କଥା କହି ଲୁଟି ନେଉଛନ୍ତି ଗରିବ, ନିରୀହ, ଆଦିବାସୀ, ଅଶିକ୍ଷିତ, ଖଟିଖିଆଙ୍କ ଟଙ୍କା । ଓ ଏଥିର ଶିକାର ହେଉଛନ୍ତି ଶାନ୍ତ,ସରଳ, ଧର୍ମବିଶ୍ବାସୀ ସାଧାରଣ ଜନତା । ଏମାନେ ଯାହାକୁ ଥରେ ବିଶ୍ଵାସ କରନ୍ତି ଭଗବାନ ତୁଲ୍ୟ ମନେ କରନ୍ତି l ଏହି ମଜବୁରିର ସଠିକ୍ ଫାଇଦା ନେଉଛନ୍ତି ଏହି ଟାଉଟର ଅଣକୁଶଳୀ ଡାକ୍ତର ମାନେ ଯାହାକୁ କ୍ଵାକ ବୋଲି ମଧ୍ୟ କୁହାଯାଏ । ଏମାନଙ୍କ ଭୁଲ ଚିକିତ୍ସା ଯୋଗୁଁ କେତେ ଜଣ ଶାରୀରିକ ସମସ୍ୟାର ସମ୍ମୁଖୀନ କେତେ ଜଣ ମୃତ୍ୟୁ ର ସମ୍ମୁଖୀନ ହେଉଛନ୍ତି ତାହା କହିଲେ ନ ସରେ । ଏ ଟାଉଟରୀ ବାବୁ ମାନେ ନିଜକୁ ଡାକ୍ତର ସାଜୁଥିବା ଓ ଅନ୍ୟାୟ ଢଙ୍ଗରେ ଲୋକଙ୍କୁ ଲୁଟୁଥିବା ବିଷୟରେ ପ୍ରଶାସନ ସଠିକ୍ ତଦନ୍ତ ଓ ପଦକ୍ଷେପ ନେବାକୁ ସର୍ବ ସାଧାରଣରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Prev Post