ଖପ୍ରାଖୋଲ (ହେମସାଗର ସାହୁ) ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ସଭାପତି ତଥା ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ ଙ୍କ ଅଧ୍ୟକ୍ଷତାରେ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତଥା ଦେବୋତ୍ତର ବିଭାଗ ରୁ ପ୍ରକାଶ ପାଇଥିଲା ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ସମ୍ମୁଖରେ ଥିବା ପଡିଆ ର ଟେଣ୍ଡର ବିଜ୍ଞପ୍ତି ପ୍ରକ୍ରିୟା ବାତିଲ କରାଯାଇଥିବା ଯୋଗୁଁ ହରିଶଙ୍କର ବାବା ଙ୍କ ମନ୍ଦିର କୁ ଛାଡି ଯେତେ ମନ୍ଦିର ରହିଅଛି ସମସ୍ତ ମନ୍ଦିର କମିଟି ପକ୍ଷରୁ ଗଣଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ବିଡ଼ିଓ, ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ସହ ଥାନା ଅଧିକାରୀ ଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ଯୁବ ପରିଷଦ ସଦସ୍ୟ ଜଏସିଂ ପୂଝାରୀ ଆଦିବାସୀ ମାନଙ୍କ ଜମି ଓ ଦେବାଦେବୀଙ୍କୁ କେହି ଛଡାପାରିବ ନାହିଁ ତେଣୁ ଆମେ ଗଣଧାରଣା ଦେବାକୁ ମତବ୍ୟକ୍ତ କରିଥିଲେ। କିପରି ଆମେ ପରସ୍ପର ମଧ୍ୟରେ ଏକତା ବଜାୟ ରଖି ଆମ ହକଅଧିକାର ଉପରେ ଲଢେଇ ଜୋରଦାର କରଯିବ ସେନେଇ ଜିଲ୍ଲା ଉପସଭାପତି ଅର୍ଜୁନ ବରିହା ମତବ୍ୟକ୍ତ କରିଥିଲେ। ଉକ୍ତ ପଡ଼ିଆ ର ଟେଣ୍ଡର ପାଇଥିବା ବ୍ୟକ୍ତିବିଶେଷ ଙ୍କ ସହ ଆପୋଷ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହରିଶଙ୍କର କୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିଲେ ମଧ ପିଇବା ପାଣି ମିଳୁନଥିବାରୁ ବଣିକ ସଂଘ ସଭାପତି ପଞ୍ଚମ ପ୍ରଧାନ,ପଡ଼ିଆ ସୁରକ୍ଷା କରିବାପାଇଁ ସମସ୍ତେ ଏକଜୁଟ ହୋଇ ଲଢେ଼ଇ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା, ଉପସଭାପତି କେଶବ ବରିହା, ସଂପାଦକ ବିମଳ ବରିହା,କୋଷାଧ୍ୟକ୍ଷ ବିପିନ ବରିହା,ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀ, ସଂପାଦକ ଛବିଲାଲ ବରିହା , ମନ୍ଦିର କମିଟି ସଦସ୍ୟ ଯଦୁମଣି ବରିହା, କିଶୋର ବରିହା, ବିରଞ୍ଚି ବରିହା, ହୃଷୀକେଶ ବରିହା, କିଶୋର ବରିହା,କୁରେଶ୍ଵର ବରିହା, ଜିଲ୍ଲା ଉପଦେଷ୍ଟା ଟିକଚନ ବରିହା, ବଙ୍ଗୋମୁଣ୍ଡା ଶାନ୍ତନୁ ବରିହା, ସଇଁତଲା ବ୍ଳକ ସଭାପତି ମଧୂସୁଦନ ବରିହା,ଠଣସୂନ୍ଦର ବରିହା,କଲାକହ୍ନୁ ବରିହା,ମୁରିବାହଲ ବନମାଳୀ ବରିହା,ଟିକେଶ୍ଵର ବରିହା ,ପୁଟୁଲୁ ବରିହା , ଧଣ୍ଡାମୁଣ୍ଡା ପଞ୍ଚାୟତ ସଭାପତି ଲମ୍ବୋଦର ବରିହା, କୈଳାସ ବରିହା, ରଘୁନାଥ ମାଝୀ,ଶେଷ ବରିହା, ଟଙ୍କଧର ବରିହା, ଗୋପାଳ ବରିହା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post