ନୂଆପଡା କୋମନା ବ୍ଲକ୍ ରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ଯୋଗଦାନ

0 1

ନୂଆପଡ଼ା ଜିଲ୍ଲା ରୁ କାଳିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ):ନୂଆପଡା ଜିଲ୍ଲା କୋମନା ବ୍ଲକ୍ ସୁଆବାହାଲ ଗ୍ରାମରେ ଆଜି ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୂସୁଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ବିଡ଼ିଓ ବିନୟ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ ।
ନବଜାତକ ଶିଶୁ କନ୍ୟା ଦେବିକା, ପିତାମାତା କ୍ଷମା ସାଗର ଦାସ ଓ କ୍ଷିରମତୀ ଦାସ ଘରକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଯାଇ ନବ ଜାତକକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । କନ୍ୟାର ବାପା ମାଙ୍କୁ ଉପହାର ପ୍ରଦାନ କରି ସେମାନଙ୍କ ଦ୍ୱାରା ନୂତନ ବୃକ୍ଷ ରୋପଣ କରାଇଥିଲେ l ଏହି ଅବସରରେ ଜିଲ୍ଲାପାଳ କହିଲେଯେ ଝିଅର ନାଁ ଦେବିକା ହେଲେ ରୋପିଥିବା ଆମ୍ବଗଛ ର ନାମ ରାଧିକା ହେବ । ସମାଜରେ ଉଭୟ ଝିଅ ଏବଂ ଗଛର ବହୁତ ଆବଶ୍ୟକତା ଅଛି। ଏହି ସୁନ୍ଦର ଯୋଜନାରେ ଝିଅଙ୍କ ସହ ଗଛର ମଧ୍ୟ ସଂଖ୍ୟା ବୃଦ୍ଧି ହେବ। ଏହାଦ୍ବାରା ସମାଜର କଲ୍ୟାଣ ସାଧିତ ହେବା ସହ ପରିବେଶର ସନ୍ତୁଳନ ରକ୍ଷା ହେବ। ଆମେ ସମସ୍ତେ ଜଣେ ଜଣେ ଗଛ ମଣିଷ ହେବା।ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଗର୍ଭବତୀ ମହିଳା ଲକ୍ଷ୍ମୀ ଦାଶଙ୍କୁ ଜିଲ୍ଲାପାଳ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ମାଣ୍ଡିଆ ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ସଭାରେ କୁନି କୁନି ଝିଅ ମାନେ ସୁନ୍ଦର ନୃତ୍ୟ ସଂଗୀତ ପରିବେଷଣ କରିଥିଲେ। ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ସୁଆବାହାଲ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଏହାକୁ କୋମନା ବିଡ଼ିଓ ବିନୟ କୁମାର ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, କୋମନା ସିଡିପିଓ ବିମଳିନୀ ପ୍ରଧାନ ପ୍ରମୁଖ ଅୟୋଜନ କରିଥିଲେ।

Leave A Reply

Your email address will not be published.