ସାଧାରଣ ଉପଭୋକ୍ତାଙ୍କ ପାଇଁ ବଢିବନି ବିଦ୍ୟୁତ ଦର

0 1

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ନେଇ ଶୁଣାଣିର ରାୟ ପ୍ରକାଶ ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ଉପଭୋକ୍ତା ଙ୍କ ପାଇଁ କୌଣସି ଦର ବୃଦ୍ଧି ହୋଇନାହିଁ। ଯେଉଁ ଉପଭୋକ୍ତା ମାନେ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ଓ ଦୁଇ କିଲୋ ୱାଟ ର ବିଦ୍ୟୁତ ଶକ୍ତି ବ୍ୟବହାର କରୁଛନ୍ତି ସେମାନଙ୍କୁ ମିଟର ରେଣ୍ଟ ଛାଡ କରାଯାଇଛି । ପ୍ରତ୍ୟେକ ମାସ ବିଦ୍ୟୁତ ବିଲ ରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଭରଣା କରିବେ। ଏନେଇ ସରକାର ୭୦୦ ରୁ ୮୦୦ କୋଟି ଟଙ୍କାର ଆର୍ଥିକ ବୋଝ ସହିବେ। ଏନେଇ ସାମ୍ବାଦିକ ସମ୍ମିଳନୀ ରେ OERCପକ୍ଷରୁ ଏହି ସୂଚନା ଦିଆଯାଇଛି |

ଯେଉଁ ମାନେ ଇ-ବିଲ ଦେଉଛନି ସେମାନଙ୍କୁ ବିଲ ପିଛା ୧୦ ଟଙ୍କା ଛାଡ କରାଯାଇଛି । ଅଗ୍ରୀମ ବିଲ ପ୍ରଦାନ କରିଥିବା ଉପଭୋକ୍ତା ଓ ଅନଲାଇନରେ ବିଲ ପ୍ରଦାନ କରୁଥିବା ଉପଭୋକ୍ତା ଙ୍କୁ ୪ ପ୍ରତିଶତ ଲେଖାଁଏ ବିଲ ରୁ ଛାଡ କରାଯାଇଛି।

୧୦ କିଲୋ ୱାଟ ରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତା ଙ୍କୁ “ସୋଲାର ଆୱାର” ( ସକାଳ ୮ ରୁ ଅପରାହ୍ନ ୪) ଭିତରେ ବ୍ୟବହାର କରିଥିବା ବିଦ୍ୟୁତ ବିଲ ଉପରେ ୟୁନିଟ ପିଛା ୨୦ ପଇସା ରିହାତି ମିଳିବ। ସେହିଭଳି “ପିକ ଆୱାର” ( ସାନ୍ଧ୍ୟ ୬ ରୁ ରାତି ୧୨ ) ରେ ବ୍ୟବହାର କରିଥିବା ଉପଭୋକ୍ତା ଙ୍କୁ ୟୁନିଟ ପିଛା ୩୦ ପଇସା ଅଧିକ ପଡ଼ିବ।

DISCOM ମାନଙ୍କର ସରବରାହ ଜନିତ କ୍ଷତି କମିଥିବାରୁ ଓ GRIDCo ପାଖରେ ଅତିରିକ୍ତ ସରଫ୍ଲସ ପାୱାର ଥିବାରୁ ଏଥର ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଥିବା ନେଇ କହିଛି OERC।

 

Leave A Reply

Your email address will not be published.