ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୩/୨୫ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ବ୍ୟାହ ଜ୍ଞାନ ଆହରଣ ପାଇଁ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୫ ଅବସରରେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ଏକ ଶୈଖିକ ଭ୍ରମଣ କରାଯାଇଛି। ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ତତ୍ତ୍ଵାବଧାନରେ ଏକ ଘୋରୋଇ ବସ ରେ ଆଜି ବ୍ଲକ ର ୯ ଗୋଟି ଉଚ୍ଚ ବିଦ୍ୟାଳୟ ର ୩୮ ଛାତ୍ରଛାତ୍ରୀ କୋରାପୁଟ ଓ ଜୟପୁର କୁ ଶୈଖିକ ଭ୍ରମଣ କରିଛନ୍ତି। ଛାତ୍ରଛାତ୍ରୀ ମାନେ କୋରାପୁଟ ସାବର ଶିକ୍ଷେତ୍ର,କୋରାପୁଟ ର ଆଦିବାସୀ ସଂଗ୍ରହାଳୟ ଓ ଜୟପୁର ଅପର କୋଲାବ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଶୈଖିକ ଜ୍ଞାନ ଆହରଣ କରିଛନ୍ତି। ଡାବୁଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳ ଆଠ ଘଣ୍ଟ ସମୟରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହେବା ପରେ ଏକ ବସ ରେ ଯାତ୍ରା କରିଥିଲେ। ଏହି ସମୟରେ ବିଇଓ ରଶ୍ମିତା ନେତମ, ଏବିଇଓ ଭଗବାନ ମାଝୀ, ସିଆରସିସି ଗୁପ୍ତ ପ୍ରସାଦ ନାଗ,ହେମନ୍ତ ପଣ୍ଡା, ପ୍ରସନ୍ନ ଦଣ୍ଡସେନା , ଧନଞ୍ଜୟ ବଡଜେନା, ହେମେନ୍ଦ୍ର ନାଥ ବେହେରା ଓ ଗୀତାଞ୍ଜଳି ବସ୍ତିଆ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀଙ୍କ ସହ ଏବିଇଓ ସନ୍ତୋଷ କୁମାର ସାହୁ ଙ୍କ ସହ ୪ ଜଣ ଗାଇଡ ଶିକ୍ଷକ ଶୈଖିକ ଭ୍ରମଣ ରେ କୋରାପୁଟ ଓ ଜୟପୁର କୁ ବସ ଦ୍ୱାରା ଯାତ୍ରା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post