ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

0

ଭୁବନେଶ୍ୱର/ ୨୧.୦୩- ବରିଷ୍ଠ ବିଜେପି ନେତା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆଜି ଦୁବାଇରୁ ଫେରିଛି ଓଡ଼ିଆ ଯୁବକ ରାଜେଶ କୁମାର ପରିଡ଼ାଙ୍କ ମରଶରୀର। ଏ ନେଇ ଶ୍ରୀ ପଣ୍ଡା ଚଳିତ ମାସ ୧୮ ତାରିଖରେ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ଯୋଗାଯୋଗ କରିଥିଲେ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କାନଫୁଲିଆ ଗ୍ରାମର ଦିବାକର ପରିଡ଼ାଙ୍କ ସାନପୁଅ ରାଜେଶ କୁମାର ପରିଡ଼ା (୩୩) ଗତ ୨୩.୧୨.୨୦୨୩ ମସିହାରୁ ଦୁବାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରିଆସୁଥିଲେ। ହଠାତ ଗତ ୦୫.୦୩.୨୦୨୫ରୁ ରାଜେଶ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକ ଖବର ପାଇଥିଲେ। ଏହାପରେ ବହୁ ଖୋଜା ଖୋଜି ପରେ ରଜେଶଙ୍କର ଦୁବାଇରେ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ମରଶରୀରକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।

ଶେଷରେ ନୀୟମିତ ଯୋଗାଯୋଗ ପରେ ମରଶରୀର ଦୁବାଇରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ରାଜନଗର ବିଧାୟକ ପାର୍ଥୀ ଲଳିତ କୁମାର ବେହେରା ଶେଷ ଦର୍ଶନ କରିବା ସହ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଶ୍ରୀ ପଣ୍ଡାଙ୍କ ତ୍ୱରିତ ପଦକ୍ଷେପ ପାଇଁ ପରିବାର ଲୋକେ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.