ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳନ।

0

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ନାୟକାନଡିହି ଠାରେ ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ପଖାଳ ଦିବସ ପାଳନ ହୋଇ ଯାଇଛି। ଫାଉଣ୍ଡେସନ ର ସଦସ୍ୟ ମାନେ ଗ୍ରାମ ରେ ଥିବା ପ୍ରଭୁ ହନୁମାନ ମନ୍ଦିର ରେ ପୂଜା ପାଠ କରିଥିଲେ। ପରେ ରମାକାନ୍ତ ସେବା ଫାଉଣ୍ଡେସନ କାର୍ଯ୍ୟାଳୟ ରେ ଅଧ୍ୟକ୍ଷ ରତିକାନ୍ତ ପ୍ରଧାନ ପିଣ୍ଟୁ ପ୍ରଧାନ ଙ୍କ ଉପସ୍ଥିତି ରେ ସଦସ୍ୟ ମାନେ ପଖାଳ ଦିବସ ପାଳନ କରିଥିଲେ। ସମସ୍ତେ ଏକ ସାଙ୍ଗରେ ପଖାଳ ସହ ବିଭିନ୍ନ ପ୍ରକାର ର ତରକାରୀ ଖାଇଥିଲେ। ପଖାଳ ଭାତ ଆମର ନିତିଦିନ ର ଖାଦ୍ୟ, ଏଣୁ ଆଜି ବିଶ୍ଵ ପଖାଳ ଦିବସ ରେ ଆମ୍ଭେ ମାନେ ମିଳିମିଶି ପାଳନ କରି ବେଶ୍ ଖୁସି ଓ ଆନନ୍ଦିତ ବୋଲି କହିଛନ୍ତି ପିଣ୍ଟୁ ବାବୁ।

Leave A Reply

Your email address will not be published.