ଏନଏସି ଗଠନ ହେବାର ୭ବର୍ଷ ପରେ ବି ବିଜେପୁର ଯେମିତି ସେମିତି
ବିଜେପୁର :-ବିଜେପୁର ଏନ୍ଏସି ଗଠନ ହେବାର ୭ବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ବିଜେପୁରବାସୀ ବିଶେଷ ଭାବରେ ଉପକୃତ ହୋଇପାରିନ ଥିବା ଅଭିଯୋଗ କରିଛନ୍ତି। ଷ୍ଟ୍ରିଟ୍ ଲାଇଟ୍, ପରିମଳ, ପାନୀୟ ଜଳ, ସ୍ବାସ୍ଥ୍ୟ, ବଜାର ବ୍ୟବସ୍ଥା, ରାସ୍ତାଘାଟ ସମେତ ବିଭିନ୍ନ ଦିଗରେ ଯେତିକି ବିକାଶ ହେବା କଥା ହୋଇପାରି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସ୍ଥିତି ଯଥା ପୂର୍ବ ତଥା ପରଂ ରହିଛି। ସୂଚନାଯୋଗ୍ୟ ଯେ, ଗତ ୨୦୧୮ରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଥିଲେ | ଏନଏସିରେ ବିଜେପୁର ସଦର ସମେତ କନ୍ଧରା, ବାଉଁଶପୋଲା, କେଉଁଟିପାଲି, ଏମ୍. ଗଣ୍ଡପାଲି ଓ ମାଝିପାଲି ଅନ୍ତର୍ଭୁକ୍ତ ରହିଛି। ୨୦୧୮ରେ ଏନ୍ଧି ଗଠନ ପରେ ବିଜେପୁର ବିଜ୍ଞାପିତ ପରିଷଦ ଅଞ୍ଚଳର ଉନ୍ନୟନ କାମ ଓ ବିଭିନ୍ନ ପ୍ରକଳ୍ପ ପାଇଁ ପାଇଁ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଆସିଥିଲା | କିନ୍ତୁ ଭନ୍ନୟନ ଓ ପ୍ରକଳ୍ପଗୁଡିକରେ ରହିଥିବା ବିଭିନ୍ନ ଅନିୟମିତତା ଲୋକଙ୍କୁ ନିରାଶ କରିଛି। ବିଜେପୁର ଏନ୍ଏସି ଗଠନ ହେବା ପରେ ଯେଭଳି ଭାବରେ ଲୋକେ ଉତ୍ସାହିତ ଥିଲେ, ଏବେ ତାହା ଦେଖିବାକୁ ମିଳୁ ନାହିଁ I କୋଟି ଟଙ୍କା ବ୍ୟୟରେ ବିଜେପୁର ଏନ୍ ଏସିର ବିଭିନ୍ନ ଗାଁ ରେ ଷ୍ଟ୍ରିଟ ଲାଇଟ ଲାଗିଛି। କିନ୍ତୁ ସେ ସବୁ ଜଳୁନାହିଁ କିମ୍ବା ଯେଉଁଠି ଜଢୁଛି ବି ମିଟି ମିଟି ହେଉଛି | ଖୁଣ୍ଟ ଗୁଡ଼ିକରୁ ଲାଇଟ୍ତଥା ବିଦ୍ୟୁତ ସାମଗ୍ରୀ ମଧ୍ୟ କେତେକ ସ୍ଥାନରେ ଚୋରି ହେଉଥିବା ବେଳେ ଆହୁରି କେତେକ ସ୍ଥାନରେ ନଷ୍ଟ ହେବା ସ୍ଥିତିରେ ରହିଛି। ଉକ୍ତ ବ୍ୟବସ୍ଥା ତଦାରଖ ପାଇଁ ବିଜେପୁରରେ ଜଣେ ସିଟି ମିଶନ ମ୍ୟାନେଜର ରହିବା କଥା କିନ୍ତୁ ଏହି ପଦବି ଖାଲି ପଡ଼ିଛି।
ଏହି ପ୍ରକଳ୍ପର ମରାମତି ତଥା ରକ୍ଷଣା ବେକ୍ଷଣ ପାଇଁ ହାଉସିଂ ଓ ଅର୍ବାନ ବିଭାଗ ହାତରେ ଦାୟିତ୍ଵ ନ୍ୟସ୍ତ ରହିଛିପ୍ରକଳ୍ପର ଠିକାଦାର ଆକାଶ ଫସାରାଙ୍କୁ ପଚରାଯିବାରୁ ରକ୍ଷଣା ବେକ୍ଷଣ ପାଇଁ ଅର୍ଥ ଆସୁ ନ ଥିଲା I ତେଣୁ କାମ ବନ୍ଦ ଥିଲା ବୋଲି କହିଛନ୍ତି । ସେହିପରି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପଧାନଙ୍କୁ ପଚରାଯିବାରୁ ଠିକାଦାରଙ୍କ ପେମେଣ୍ଟ ପାଇଁ ଅର୍ଥ ବ୍ୟବସ୍ଥା ହୋଇପାରିନାହିଁ, ତେଣୁ କାମ ଧୂମେଇ ଯାଇଛି। ଶୀଘ୍ର କାମ ସାରିବା ପାଇଁ ଆମେ କର୍ତ୍ତୃପକ୍ଷଙ୍କଦୃଷ୍ଟି ଆକର୍ଷଣ କରୁଛୁ ବୋଲି କହିଛନ୍ତି । ବିଦ୍ୟୁତ ବିଭାଗ ଜେଇ ପ୍ରସ୍ତିତା ମାଝି କହିଛନ୍ତି ଯେ ଏହାର ରକ୍ଷଣା ବେକ୍ଷଣ ପାଇଁ ଅର୍ଥ ଆସୁ ନଥିବାରୁ ଅଚଳ ହୋଇଥିଲା । ଏବେ କିଛି ଅର୍ଥ ବ୍ୟବସ୍ଥା ହୋଇଛି, ତେଣୁ ଶୀଘ୍ର କାର୍ଯ୍ୟକ୍ଷମ ହେବ। ବିଜେପୁର ଏନ୍ଏସିର ସର୍ବାଙ୍ଗୀନ ଉନ୍ନତି ଲାଗି ପ୍ରଶାସନ ପ୍ରୟାସ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l