https://youtu.be/Ubz-adwsSAY
ଖପ୍ରାଖୋଲ ୨୧/୩ (ହେମସାଗର ସାହୁ)ଝିମିଟି ଖେଳ ରୁ ମହାଭାରତ | ବଇରୀ ସାଜିଲା ବନ୍ଧୁ | ସାମାନ୍ୟ ବାଚସା ରୁ ହାତାହାତି | ଶେଷ ରେ କାଠ ଫାଳିଆରେ ଜୀବନ ନେଲା ଜଘନ୍ୟ ବନ୍ଧୁ I ସୂଚନା ଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପୁତୁଳା ମହୁଲ ଗାଁ ରେ ଗୁରୁବାର ଦିନ ଘଟିଯାଇଛି ଅଭାବନୀୟ ଘଟଣା | ଧଣ୍ଡାମୁଣ୍ଡା ପଂଚାୟତ ବନ୍ଦେପଦର ଗାଁ ର ସୁଶୀଲ ସାହୁ ଓ ତାର ଭାଇ ବିକାଶ ସାହୁ ପୁତୁଳା ମହୁଲ ଗାଁ କୁ ପିଣ୍ଟୁ ସାହୁ ଙ୍କ ପାଖ କୁ ମସିଣା ଚେରର ବକେୟା ଅର୍ଥ ଅସୁଲି ପାଇଁ ଯାଇଥିଲେ | ସେଠାରେ ପିଣ୍ଟୁ ସାହୁ ଙ୍କୁ ପଇସା ମାଗିବା ରୁ ପିଣ୍ଟୁ ଉତକ୍ଷିପ୍ତ ହୋଇ ପ୍ରଥମେ ବିକାଶ କୁ ଆକ୍ରମଣ କରି ରକ୍ତାକ୍ତ କରିବା ପରେ ସେଠାରୁ ବିକାଶ ଚାଲିଆସିଥିବା ଵେଳେ ପିଣ୍ଟୁ ସୁଶୀଲ ସାହୁକୁ ଠେଙ୍ଗା ରେ ଆକ୍ରମଣ କରିବାରୁ ଘଟଣା ସ୍ଥଳ ରେ ହିଁ ସୁଶୀଲ ର ଜୀବନ ଚାଲିଯାଇଥିଲା I ପରେ ଘଟଣା ସମ୍ପର୍କ ରେ ଖବର ପାଇ ଖପ୍ରାଖୋଲ ପୋଲିସ ମୃତ ଦେହ ଜବତ କରିବା ସହ ଦୁର୍ବୁତ୍ତ କୁ ଧରିବା ପାଇଁ ରାତି ସାରା ସର୍ଚ୍ଚ କରିବା ପରେ ପିଣ୍ଟୁ କୁ ତାର ଗାଁ ଠାରୁ ଗିରଫ କରିଥିଲେ I ମୃତ ସୁଶୀଲ ଶବ ବ୍ୟବଛେଦ ପରେ ଦୁର୍ବୁତ୍ତ ପିଣ୍ଟୁ ସାହୁ କୁ ପୁତୁଲାମହୁଲ ଗାଁ ରାସ୍ତା ଠାରେ ମଡର କରିଥିବା ଯାଗାରେ ସିନ୍ ରୀକ୍ରିଏସନ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ନରେନ୍ଦ୍ର ଛତ୍ର ସୂଚନା ଦେଇଛନ୍ତି।