ହରିଶଙ୍କର ର ବିନ୍ଧ୍ୟବାସିନି ମନ୍ଦିର ନିକଟ ପଡିଆ ର ଟେଣ୍ଡର ବାତିଲ ପାଇଁ ବିଂଝାଲ ସମାଜ ର ଦାବୀ

0

ଖପ୍ରାଖୋଲ ୨୦/୩(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ବିନ୍ଧ୍ୟବାସିନୀ ମନ୍ଦିର ପରିସର ରେ ସ୍ୱାଲାଖ ବିଁଝାଲ ସମାଜ ତରଫରୁ ଏକ ଖବର ଦାତା ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିନ୍ଧ୍ୟବାଶିନୀ ମନ୍ଦିର ନିକଟରେ ଥିବା ପଡିଆକୁ ଦେବୋତ୍ତର ବିଭାଗ ତରଫରୁ ଟେଣ୍ଡର ଆହ୍ବାନ କରାଯାଇଥିବାରୁ ତାକୁ ତୁରନ୍ତ ବାତିଲ ସହିତ ବିନ୍ଧ୍ୟବାସିନୀ ମନ୍ଦିର ଓ ପାଖ ପଡିଆକୁ ବିଂଝାଲ୍ ସମାଜ ନାମରେ ପଟା ଦେବାକୁ ଦାବୀ କରିଥିଲେ। କହିବା ଅନୁସାରେ ଦୀର୍ଘ ବର୍ଷ ହେଲା ଏହି ସ୍ଥାନ କୁ ବିଂଝାଳ ସମାଜ ତରଫରୁ ଦଖଲ କରିବା ସହିତ ମନ୍ଦିର ନିର୍ମାଣ କରି ପୂଜା କରି ଆସୁଛନ୍ତି। ଏହାକୁ ଦୃଷ୍ଟି ରେ ରଖି ଦାବୀ ପୁରଣ ପାଇଁ ଦାବୀ ରଖିଥିଲେ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଜିଲ୍ଲାପାଳ ଙ୍କୁ ଜଣାଇଥିବା କହିଥିଲେ। ଏହି ଅବସରରେ ବିଂଝାଲ ସମାଜ ତରଫରୁ ବରିଷ୍ଟ ସଦସ୍ୟ ଲୁଚନ ସିଂ ବରିହା, ଯଦୁମଣି ବରିହା,ବେଣୁଧର ବରିହା, ବିରଞ୍ଚି ବରିହା, ହୃଷିକେଶ ବରିହା, ଶଙ୍କର୍ଷଣ ଭୋଇ, ବିବାନ ସିଂ ବରିହା, ସୁରେନ୍ଦ୍ର ସିଂ ବରିହା, ମନୋହର ବରିହା, ବଳରାମ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.