୨୦୦୭ ରୁ ୨୦୧୨ ବ୍ୟାଚ ର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ।

0 1

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଅଟଳ ବିହାରୀ ମହାବିଦ୍ୟାଳୟ ର ୨୦୦୭ ରୁ ୨୦୧୨ ବ୍ୟାଚ୍ ର୍ କଳାର ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ବିଷ୍ଣୁ ମୋହନ ସ୍ୱାଇଁ ଙ୍କ ସଭାପତିତ୍ବ ରେ ପୂର୍ବତନ ଅଧ୍ୟକ୍ଷ ଉମାକାନ୍ତ ଦୀକ୍ଷିତ, ନରହରି ବେହେରା, ଗୋଲକ ବିହାରୀ ମଲ୍ଲିକ, ସୂର୍ଯ୍ୟମଣି ଶତପଥୀ ଉପସ୍ଥିତ ଥିଲେ। ଅନ୍ୟ ପ୍ରାଧ୍ୟାପକ ମାନଙ୍କ ମଧ୍ୟରେ ଡକ୍ତର ରାମ ଚନ୍ଦ୍ର ପଲାଇ, ଡ ବସନ୍ତ ପାଢ଼ୀ, ଡ ରତିକାନ୍ତ ବେହେରା, ଡ ପ୍ରତାପ କୁମାର ନାୟକ, ଲକ୍ଷ୍ମଣ ପୁହାଣ, ଉଦ୍ଧବ ବିଶ୍ଵାଳ, ବସନ୍ତ ବଳ, ଡ ବସନ୍ତ ଦାସ, ଗୌରହରି ବେହେରା, ଅନନ୍ତ ବାରିକ୍ ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ମାନେ ସମସ୍ତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମସ୍ତେ ପୁରୁଣା ସ୍ମୃତି କୁ ମନେ ପକାଇ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରବିନ୍ଦ୍ର ବାରିକ, ଅଭିମନ୍ୟୁ ମହାକୁଡ଼, ମାନସ କୁମାର ପୁହାଣ, ବିଶ୍ୱଜିତ୍ ସାମଲ, ବୁଦ୍ଧିରାମ ବେହେରା, ସୁଧାଂଶୁ ଶେଖର ଜେନା, ସ୍ଵର୍ଣ୍ଣଲତା ନାୟକ, ଦୁର୍ଗାରାଣୀ ମଣ୍ଡଳ, ରଶ୍ମିତା ନାୟକ, ସୁରେଖା ନାୟକ, ରଶ୍ମିତା ମହାନ୍ତି, ମମତା ମଲ୍ଲିକ, ସସ୍ମିତା ପଣ୍ଡା, ବ୍ରଜରାଜ ମଲ୍ଲିକ, ଧ୍ରୁବ ଚରଣ ବାରିକ, ଦେବେନ୍ଦ୍ର ପାଣି, ଦେବେନ୍ଦ୍ର ଦାଶ, ଜଗବନ୍ଧୁ ମଲ୍ଲିକ, ମନୋରଂଜନ ବାରିକ, ଜୟନ୍ତ ନାୟକ, ବିଦ୍ୟାଧର ନାୟକ, ବେଦବ୍ୟାସ ନାୟକ, ବଦ୍ରିନାଥ ଦାସ, ଦୀପକ କୁମାର ନାୟକ, ତିଲତମା ସ୍ବାଇଁ, ସଞ୍ଜୟ ଅଗସ୍ତି, ସୁଭ୍ରକାନ୍ତ ନାୟକ, ଜ୍ୟୋତି ରଞ୍ଜନ ଦାସ ସଂଘମିତ୍ରା ମଲ୍ଲିକ ଏବଂ ସମସ୍ତ ବଂଧୁ ମାନଙ୍କ ସହଯୋଗ କ୍ରମେ କାର୍ଯ୍ୟ କ୍ରମ ଟି ସଫଳ ହୋଇପାରିଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଜ୍ୟୋତି ରଞ୍ଜନ ଦାସ ଓ ସହଯୋଗୀ ସଙ୍ଗୀତ ପରିବେଷଣ କରିଥିଲେ।

Leave A Reply

Your email address will not be published.