ଖପ୍ରାଖୋଲ ୧୮/୦୩ ( ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ବେସିକନିଡ଼ ଇଣ୍ଡିଆ, ଏନଆରଏଚଏମ୍ , ୱାଇସିଡିଏ ଅନୁଷ୍ଠାନର ମିଳିତ ଉଦ୍ୟମରେ ସମ୍ପ୍ରଦାୟ ମାନସିକ ସ୍ୱାସ୍ଥ୍ୟ ଏବଂ ପୁନର୍ବାସ କାର୍ଯ୍ୟକ୍ରମ ର ଶୁଭାରମ୍ଭ ମଙ୍ଗଳବାର ହୋଇଯାଇଛି। କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ରୁପେ ଖପ୍ରାଖୋଲ ବ୍ଲକ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡଙ୍ଗୀ, ମୁଖ୍ୟ ବକ୍ତା ରୁପେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ସୁରଜ କୁମାର ଦୀପ, ସମ୍ମାନୀତ ଅତିଥି ଭାବେ ଥାନା ଏସ ଆଇ ଲିଙ୍ଗରାଜ କିଷାନ,ସିଡ଼ିପିଓ ଅମିତା ପଣ୍ଡା, ବିଏସଏସଓ କନିଷ୍କ ବିଭାର, ଓଏଲଏମ୍ ଵିଏଲସି ପ୍ରଶାନ୍ତ ନନ୍ଦ,ଜିପିଓ ପରମେଶ୍ବର ନାଏକ, ଭାଇସ ଚେୟାରମ୍ୟାନ ଶୁଖିରାମ ସାଣ୍ଡ, ମେଣ୍ଟାଲ ହେଲ୍ଥ ରାଜ୍ୟ ସଂଯୋଜକ ରାଜୀବ କର୍ମୀ, ୱାଇସିଡିଏ ପ୍ରୋଗ୍ରାମ ମେନେଜର ସୁବ୍ରତ ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ପ୍ରକଲ୍ପ ର ଉଦଘାଟନ କରିବା ସହିତ ଏହାର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଖପ୍ରାଖୋଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ଆଶା କର୍ମୀ,ସିଆରପି,
ଅଙ୍ଗନବାଡି ସୁପରଭାଇଜର, ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ଯମରେ ଖପ୍ରାଖୋଲ ଅଞ୍ଚଳରେଥିବା ମାନସିକ ଅସୁସ୍ଥ ବ୍ୟକ୍ତିକୁ ଚିହ୍ନଟ କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ପରିବାର ଏବଂ ଗୋଷ୍ଠୀକୁ ସଚେତନତା କରିବା ମୁଖ୍ୟଉଦେଶ୍ୟ ଥିଲା। ତୃଣମୂଳ ସ୍ତରରେ ଏହି ମାନସିକ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅଧିକ ମଜବୁତ କରିବ ବୋଲି ଅତିଥିମାନେ ମତ ରଖିଥିଲେ। ବେସିକ ନିଡ଼ ଇଣ୍ଡିଆ ଏବଂ ୱାଇସିଡ଼ିଏ ଅନୁଷ୍ଠାନ ମିଳିତ ଉଦ୍ୟମରେ ୩ ବର୍ଷ ପାଇଁ କାର୍ଯ୍ୟ କରିବ। କାର୍ଯ୍ୟକ୍ରମ କୁ ୱାଇସିଡିଏ ର ବ୍ଲକ ସଂଯୋଜକ ଉମେଶ କୁମାର ଗୁପ୍ତା ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଭୋଇ, ମାଧବ ଖର୍ସେଲ ସାହାଯ୍ୟ ସହଯୋଗ କରିଥିଲେ ଶେଷରେ ମେଣ୍ଟାଲ ହେଲଥ ପ୍ରୋଗ୍ରାମ ବ୍ଲକ ସଂଯୋଜିକା ଜେମାମଣି ଜୁଆଙ୍ଗ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.