କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଦୋରା ସାହିର ତଳ ସାହିରେ ରହୁଥିବା ସୁଶାନ୍ତ ନାଗ ଙ୍କ ଘର ରୁ ଗତକାଲି ରାତ୍ରୀ ସମୟ ଦୁର୍ବୁତ୍ତ ମାନେ ଘର ର ପଛରୁ ତାଲା ଭାଙ୍ଗି ୧,୮୦ହଜାର ସହ ଚାରି ତୁଳା ସୁନା ଚୋରି କରି ନେଇଥିବା ଜଣାପଡିଛି । ସୁଚନା ଥାଉକି ସୁଶାନ୍ତି ଶନିବାର ସନ୍ଧ୍ୟା ପାଞ୍ଚଟା ସମୟରେ ନିଲାବାଡି ଯାତ୍ରା ଦେଖିବା ପାଇଁ ସପରିବାର ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି ପ୍ରଥମେ ଘର ପ୍ରଥମ ଦ୍ବାର ରେ ଲାଗିଥିବା ସିସିଟିଭି କ୍ୟାମେରା ତା’ର ଛିଡ଼େଇ ଦେଇ ପରେ ଘରର ପଛପଟେ ଯାଇ ତାଲା ଭାଙ୍ଗି ଚୋରି କରିଥିଲେ । ଏହାପରେ ଗତକାଲି ସନ୍ଧ୍ୟାରେ ଚାରିଟା ସମୟରେ ଘରକୁ ଫେରି ଆସି ଜାଣିବାକୁ ପାଇଥିଲେ ତାଙ୍କ ଘର ରୁ ଚୋରି ହୋଇଛି ବୋଲି । ଘରର ସିସିଟିଭି ଦେଖୁଲା ବେଳେ କେହି ଦୁଇ ଦୁର୍ବୁତ୍ତ ତାଲା ଭାଙ୍ଗି ଘରକୁ ସୁନା ଗହଣା ସହ କିଛି ଟଙ୍କା ନେଇ ଯାଇଛନ୍ତି। ଏହାପରେ ରାତ୍ରୀ ୯.୩୦ ସମୟରେ ଟିକିର ଥାନା କୁ ଜଣାଇଥିଲେ | ଏହା ପରେ ଟିକିଲି ଥାନା ଅଧିକାରୀ ବିଶ୍ବବଦୀନି ବାଗ ନେତୁତ୍ଵରେ ଘଟଣା ସ୍ଥଳକୁ ASI ମହେଶ୍ବର ପାଇକ ଯାଇ ଘଟଣା ତଦନ୍ତ କରୁଥିବା ସୂଚନା ମିଳିଛି। ଏହା ସହ ପୁଣି ରାତ୍ରୀ ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ଏହା ପରେ ଆଜି ସନ୍ଧାନୀ କୁକୁର ଆଣି ତଦନ୍ତ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.