ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ

0 2

ରାଉରକେଲା,(ବସନ୍ତ କୁମାର ଜେନା) :ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସ୍ଥାନୀୟ ସିଭିକ ସେଣ୍ଟର ପ୍ରେକ୍ଷାଳୟ ଠାରେ ଏକ ନାରୀ ଭିତ୍ତିକ କାର୍ଯ୍ୟକ୍ରମ ଅନନ୍ୟା ନାରୀ ଗତ ତା ୧୬ ରିଖ ଦିନ ମହା ସମାରୋହ ରେ ପାଳିତ ହୋଇଯାଇଛି । ଉକ୍ତ ସମାରୋହ ରେ ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ରାଉରକେଲା ଇସ୍ପାତ କାରଖାନା କାର୍ଯ୍ୟକାରୀ ନିଦ୍ଦେଶକ(କାର୍ଯ୍ୟ) ଶ୍ରୀ ବିଶ୍ଵ ରଞ୍ଜନ ପଲାଇ ସମ୍ମାନିତ ଅତିଥି, ସୁଦୂର ଭୁବନେଶ୍ବର ରୁ ଆସିଥିବା ଓଲିଉଡ ତାରକା ଡାକ୍ତର ଅନୁରାଧା ପାଣିଗ୍ରହୀ ସେଲିବ୍ରିଟୀ ଅତିଥି, ଶ୍ରୀ କମଲ ଅଗରୱାଲ ( ସମାଜ ସେବୀ ), ଡାକ୍ତର ପ୍ରତାପ ଚନ୍ଦ୍ର ଜେନା, ଶିଲ୍ପପତି ଶ୍ରୀମତୀ ପଦ୍ମିନୀ ପାଣିଗ୍ରାହୀ, ଶ୍ରୀମତୀ ବିଷ୍ଣୁପ୍ରିୟା ସ୍ଵାଇଁ ଓ ସମ୍ବଲପୁରର ସମାଜସେବୀ ଶ୍ରୀମତୀ ଲିପିକା ଦାସ ନିମନ୍ତ୍ରିତ ଅତିଥି ରୂପେ ସମାରୋହ ରେ ଯୋଗ ଦେଇ ଥିଲେ । ଆସ୍ଥା ଅନୁଷ୍ଠାନ ର ସଭାପତି ବିଷ୍ଣୁ ମୋହନ ମିଶ୍ର, ଉପ ସଭାପତି ରାଜକୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ଆଲୋକ ଜେନା ଓ ସଂସ୍କୃତିକ ସମ୍ପାଦିକା ଶିବାବି ରଣା ମଞ୍ଚ ରେ ଉପସ୍ଥିତ ଥିଲେ। ନାରୀ ଆରମ୍ଭ ରୁ ସଶକ୍ତ ଓ ଅନନ୍ୟା ବୋଲି ନାରୀ ସଶକ୍ତି କରଣ ଦିଗରେ ଆସ୍ଥା ର ପ୍ରୟାସ ଖୁବ ସୁନ୍ଦର ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟ ରେ ବ୍ୟକ୍ତ କରିଥିଲେ, ସମ୍ମାନିତ ଅତିଥି ସମାଜ ରେ ନାରୀ କିପରି ବିଭିନ୍ନ ଦିଗରେ ଆଗରେ ଆଜି ରହି ପାରୁଛି ବୋଲି ବୁଝାଇ ଥିଲେ । ନିମନ୍ତ୍ରିତ ଅତିଥି କମଲ ଅଗରୱାଲ, ପଦ୍ମିନୀ ପାଣିଗ୍ରାହୀ ଓ ଲିପିକା ଦାସ ଆସ୍ଥାର ମହିଳା ମାନଙ୍କ ପାଇଁ ଏପରି ବଡ ସମାରୋହର ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ । ପ୍ରାରମ୍ଭ ରେ ଆସ୍ଥା ର କାର୍ଯ୍ୟସୂଚୀ ନିର୍ଦ୍ଦେଶିକା ପ୍ରୀତିଜା ମହାନ୍ତି ସ୍ଵାଗତ ଭାଷଣ ସହ ସମସ୍ତ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ସାଂସ୍କୃତିକ ସହାୟିକା ଶୁଭଲକ୍ଷ୍ମୀ ପାତ୍ର ଅନୁଷ୍ଠାନ ର କାର୍ଯ୍ୟ ସମୀକ୍ଷା ଉପରେ ସଂକ୍ଷିପ୍ତ ବିବରଣୀ ଦେଇଥିବା ବେଳେ ସାଂସ୍କୃତିକ ସମ୍ପାଦିକା ଶିବାନୀ ରାଣା ମହିଳା ଦିବସରେ ଉପରେ ଆସ୍ଥା ର ନୂତନ ନାମକରଣ ଅନନ୍ୟା ନାରୀ ଉପରେ ବାଖ୍ୟା କରି ଆସ୍ଥା ର ବିଭିନ୍ନ କ୍ଷେତ୍ର ରେ ନାରୀ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନ ଉପରେ ଆଲୋକପାତ କରିଥିଲେ । ଅବଶେଷ ରେ ଅର୍ଥ ସମ୍ପାଦିକା ପ୍ରଜ୍ଞା ପରିମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ କୁନୁ ରାନୀ ବିଶ୍ଵାଳ ଓ ମୋନାଲିସା ସାହୁ ସଂଚାଳନ କରିଥିଲେ । ଡାକ୍ତରୀ, କବିତ୍ଵ, ଶିକ୍ଷା, ସମାଜସେବା, ଖେଳାଳି, ଗାୟିକା, ନୃତ୍ୟ, ଓ ଫ୍ୟାଶନ ପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ନାରୀ ସମ୍ମାନରେ ସୟମଶ୍ତୃତି ପଟ୍ଟନାୟକ , ସସ୍ମିତା ପ୍ରଧାନ , ମନୀଷା ନାୟକ, ଲିପିକା ଦାସ, ପ୍ରମିଳା ମହାନ୍ତି, ଜ୍ଯୋତି ପଣ୍ଡା, ସାଗରିକା ମହାନ୍ତି, ଜାନକୀ ମୁଖୀ ଓ ସୋନାଲୀ ଦାସ ଙ୍କୁ ଅନନ୍ୟା ନାରୀ ସମ୍ମାନ ସୂଚକ ଉପଢୌକନ ଦେଇ ସମର୍ଦ୍ଧନା ଦିଆ ଯାଇଥିଲା । ଅନୁରୂପ ଭାବରେ ବୈଦୁତିକ ସମ୍ବାଦିକତା କ୍ଷେତ୍ର ରେ ପ୍ରସିଦ୍ଧି ହାସଲ କରିଥିବା ନାରୀ ଅର୍ପିତା ରାୟ , ମୋନାଲିସା ଗଉଡ, ମୌସୁମୀ ମିଶ୍ର ଓ ରାନୁ ମହାପାତ୍ର ଙ୍କୁ ବିଶିଷ୍ଠ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ଉକ୍ତ ସନ୍ଧ୍ୟାରେ ରେ ପର୍ଶୁରାମ ମଲ୍ଲିକ, ମଧୁମିତା ପଣ୍ଡା, ମନୀଷା ଜେନା, ସରୋଜିନୀ ପତି, ପ୍ରାଞ୍ଜଳୀ ନାଗ, ସୁଶାନ୍ତ ସାହୁ, କାର୍ତ୍ତିକ ଖଣ୍ଡୁଆଳ, ପ୍ରତୀକ୍ଷା ସାହୁ, ସୁଜିତ ମହାନ୍ତି, ବସନ୍ତ ପତି, ଅକ୍ଷୟ ସିଆ, ସବିତା ସାହୁ, ସଞ୍ଜୁକ୍ତା ନାୟକ, ପୁର୍ଣିମା ଭଟ୍ଟାଚାର୍ୟ, ନମୀତା ଦାସ , ସ୍ମୃତି ଲେଙ୍କା, ରେଣୁ ପ୍ରଭା ଜେନା, ଲୀନା ସେନାପତି, ସୁରେଶ ରାଉତରାୟ, ହରେନ୍ଦ୍ର ନାୟକ, ବିଭୁତି ସେଠି ଏବଂ କ୍ଷିତିଷ ଜେନା ସମ୍ମିଳନୀ ରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.