ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଆଦର୍ଶ ବିଦ୍ୟାଳୟ ପ୍ରଵେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି।ଏଥିରେ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ପିପିଲିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ବିନି ନାଏକ ସର୍ବାଧିକ ୪୪ ନମ୍ଵର ରଖି ଵ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି।ଫଳରେ ମାତା ପଦ୍ମାସିନୀ ନାଏକ ଓ ପିତା ସୁରେନ୍ଦ୍ର ନାଏକଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି। ସୂଚନାଯୋଗ୍ୟ ଯେ ବିନି ନାଏକ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ।ସେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବ ହାସଲ କରି ଗାଁ ତଥା ବିଦ୍ୟାଳୟର ଶ୍ରୀବୃଦ୍ଧି କରିଥିଲେ।କଠିନ ପରିଶ୍ରମ ସହ ଶିକ୍ଷକ ତଥା ମାତା ପିତାଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ମିଳିଥିବା ମେଧାବୀ ଛାତ୍ରୀ ବିନି ନାଏକ କହିଛନ୍ତି। ସେହିପରି ଏହି କ୍ଲଷ୍ଟରର ଅନ୍ୟ ପାଞ୍ଚଟି ସ୍କୁଲର ୧୧ ଜଣ ଛାତ୍ରୀ ଛାତ୍ର ସଫଳତା ହାସଲ କରିଥିବା ଜଣାପଡିଛି।କ୍ଷେତରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ନୀଲମ ଖମାରୀ (UR-3),ସାଗରିକା ଭୋଇ (UR-4),ସୋନାକ୍ଷୀ ଖେତି (UR-18),ସିମରନ ବାଗ (UR-22),ଗୌତମୀ ଭୈନା (SC-4), ପୂର୍ଣ୍ଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରିୟାଂଶୁ ପାତ୍ର (UR-43),ପ୍ରିୟାଂଶୀ ନାଗ (SC-6.), ଲେମଧର ସେବାଶ୍ରମର ପରିଧି ନାଏକ, ଏମ୍ ଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଵହିତ ସାହୁ, ସ୍ମୃତି ରାନୀ ଲୁହା,ମାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆୟୂଷ ସାହୁ କୃତିତ୍ବର ସହିତ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଛନ୍ତି। ଏତାଦୃଶ ସଫଳତା ପାଇଁ ଜାରିଂ କ୍ଲଷ୍ଟର ଅନ୍ତର୍ଗତ ବୁଡାପାଲି,ଜାରିଂ ଓ ସମଲାଇପଦର ପଞ୍ଚାୟତର ବୁଦ୍ଧିଜୀବୀ ତଥା ଶିକ୍ଷା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.