ଘୁମୁସର ଅଞ୍ଚଳରେ ବେଧଡକ ଚାଲିଛି ଗୋ ଚାଲାଣ, ଶତାଧିକ ଗୋରୁ ନିଧିଆପଲ୍ଲୀ ରୁ ଉଦ୍ଧାର

0 2

 ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଘୁମୁସର ଅଞ୍ଚଳରେ ବେଧଡକ ଚାଲିଛି ଗୋ ଚାଲାଣ ଏବଂ ଗୋ ଚାଲାଣ ର ଚରା ଭୁଇଁ ପାଲଟିବାରେ ଲାଗିଛି ଭଞ୍ଜନଗର।ପ୍ରତ୍ୟକ ଦିନ ଭଞ୍ଜନଗର ସହର ଦେଇ ଅନେକ ଗୋ ଚାଲାଣ ଗାଡି ଯିବା ଆସିବା କରୁଛି ଓ ଏହି ଗୋ ତସ୍କର ଗାଡି ସବୁକୁ ସୁରକ୍ଷା ଦେବା ପାଇଁ କିଛି ଗୁପ୍ତ ବାଇକ ଚାଳକ ରହୁ ଛନ୍ତି । ଏବଂ କିଛି ମାରଣାସ୍ତ୍ର ଧରିଥିବା ଯୁବକ ମଧ୍ୟ ଏଥିରେ ସାମିଲ ଥିବା ଅନେକ ପ୍ରକାଶ କରିଛନ୍ତି ।ଗୋ ଚାଲାଣକାରୀ ଙ୍କୁ ରୋକିବାକୁ ଯେତେବେଳେ କୌଣସି ସମ୍ବାଦିକ କିମ୍ବା ପୋଲିସ ଆସୁଛି ସେତେବେଳେ ଏହି ଗୋ ଚାଲାଣକାରୀଙ୍କ ଆକ୍ରୋଶ ର ଶିକାର ହେବାକୁ ପଡୁଛି। ଗତ କିଛିଦିନ ତଳେ ଜଣେ ଯୁବ ସମ୍ବାଦିକ ଏହି ପରି ଗୋ ଚାଲାଣ କାରୀଙ୍କ ଆକ୍ରୋଶ ର ଶିକାର ହୋଇ ହାତ ଗୋଡ ଭାଂଗି ଦେଇଥିବାର ମଧ୍ୟ ଦେଖାଦେଇଥିବା ନଜର ଅଛି ।

ଆଜି ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି, ଭଞ୍ଜନଗର ଫୁଲବାଣୀ ରାସ୍ତା ବେଡିଗୋବା ଠାରେ ନାମ ଯଜ୍ଞ ପ୍ରବଚନ ସାରି ଫେରୁଥିବା କିଛି ସାଧୁସନ୍ଥ ଶତାଧିକ ଗାଈ ଗୋରୁଙ୍କୁ ରାସ୍ତରେ ଚାଲି ଚାଲି ଭଞ୍ଜନଗର ପଟେ ଯାଉଥିବା ଦେଖି ଅଟକି ଯାଇଥିଲେ। ଗାଈଗୋରୁ ଙ୍କୁ ନେଇ ଯାଉଥିବା ଗୋରୁ ଚାଲାଣ କାରୀ ଙ୍କୁ ପଚାରିବାରୁ ସେମାନେ ଏହାର ସଠିକ୍ ଉତ୍ତର ନଦେଇ ପାରି ବରଂ ବିଳମ୍ବିତ ଅନ୍ଧାର ରାତିର ସୁଯୋଗ ରେ ଚମ୍ପଟ୍ ମାରିଥିଲେ। ଏହା ପରେ ସାଧୁସନ୍ଥ ମାନେ ଭଞ୍ଜନଗର ଥାନାଧିକାରୀ ଙ୍କୁ ସୁଚନା ଦେଇଥିଲେ। ଗୋ ଚାଲାଣ କାରୀ ମାନେ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ କିଛି ସାଧୁସନ୍ଥ ବିଶ୍ୱ ହିନ୍ଦୁ ପରିଷଦ ର କର୍ମକର୍ତ୍ତା, ସ୍ବେଛାସେବୀ ଭଞ୍ଜନଗର ଥାନାଧିକାରୀ ସେମାନଙ୍କ ଠାରୁ ସମସ୍ତ ଗାଈକୁ ଉଦ୍ଧାର କରିଥିଲେ। ଏହି ସମୟରେ ଗୋ ଚାଲାଣ କାରୀ ମାନେ ଗୋଟିଏ ବାଇକ୍ ଛାଡି ଚାଲି ଯାଇଥିଲେ। ବର୍ତ୍ତମାନ ସୂଚନା ମିଳିଥବା ଘଟଣା ଅନୁସାରେ ଭଞ୍ଜନଗର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଉଦ୍ଧାର ହୋଇଥିବା ଗାଈ ମାନଙ୍କୁ କରଚୁଲି ଆଶ୍ରମକୁ ପଠାଇ ଦିଆଯାଇଛି।ସୂଚନାଯୋଗ୍ୟ ଯେ ଦିନକୁ ଦିନ ଯେଉଁପରି ଭାବେ ଗୋ ଚାଲାଣ ହେଉଛି ତାହା ଚିନ୍ତା ର ବିଷୟ।କେଉଁଠି ଖୁଲମ୍ ଖୁଲା ଗୋ ମାଂସ ବିକ୍ରୟ ହେଉଛି ତ କେଉଁଠି ହୋଟେଲ ମାନଙ୍କରେ ଗୋ ମାଂସ ବିକ୍ରୟ କରାଯାଉଥିବା ଅଭିଯୋଗ ହେଉଛି। ତେଣୁ ବେଳ ଥାଉ ଥାଉ ଯଦି ସରକାର କଡା ଆଇନ ଲାଗୁ ନ କରନ୍ତି ତା ହେଲେ ଗୋ ବଂଶ ଲୋପ ପାଇଯିବ। ଏବଂ ଏପରି ଗୋମାତା ର ଆଖିର ଲୁହରେ ମଧ୍ୟ ମନୁଷ୍ୟ ସମାଜ ର ବିନାଶ ମଧ୍ୟ ଅବ ସମ୍ଭାବି ବୋଲି ସାଧୁସନ୍ଥ ସନ୍ୟାସୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.