ଆନ୍ତର୍ଜାତୀୟ ଗ୍ରାହକ ଦିବସ ପାଳନ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ରସିକରାଜ ମନ୍ଦିର ଠାରେ ଗ୍ରାହକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ତର୍ଜାତୀୟ ଗ୍ରାହକ ଦିବସ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମଞ୍ଚର ଜିଲ୍ଲା ସଭାପତି ଶ୍ରୀ ରୋକୋମ ଲୋକନାଥଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ପାଦିକା ଶ୍ରୀମତି ତନୁଜା ଶତପଥୀ , ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ , ଶ୍ରୀ ମୁରଲି ପରିଚ୍ଛା , ଶ୍ରୀ ଭାଗବତ ପାଢ଼ୀ , ଏମ୍ .ବାଙ୍ଗରି , ବି .ଚାଲା ପତି , ମହିତ୍ ମିଶାଲ୍ ଯୋଗଦେଇ ନିଜ ନିଜ ମନ୍ତବ୍ୟ ରଖିଥିଲେ।
ଗ୍ରାହକ ର ମୌଳିକ ଅଧିକାର ରହିଛି ଏବଂ ଅଧିକାର ପାଇବା ଦରକାର , ଆଲୋଚନା ହୋଇଥିଲା। ପ୍ରଶାସନ କୁ ସ୍ମାରକ ପତ୍ର ଦେବା ପାଇଁ ନିଷ୍ପତି ନିଆଯାଇଥିଲା। ସ୍ମାର୍ଟ ମିଟର , କିରାଣୀ ଚାର୍ଟ ବିଷୟରେ ଆଗାମୀ ଦିନରେ ସାତ ମାଇଲ ରେ ଲୋକ ସଚେତନା କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଶେଷରେ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.