ରାୟଗଡ଼: ରାୟଗଡ଼ ଟାଉନ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ବୋଲେରୋ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ ସମୟରେ ସେଥିରୁ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ରାୟଗଡ ପୋଲିସ । ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ଦିନ ରାୟଗଡ ଟାଉନ ଥାନା ଏସଆଇ ଏସକେ ମୁର୍ମୁ ଓ ପୋଲିସ ଟିମ ରାୟଗଡ଼ା ଠାରୁ ହାଲୁଆ ମଧ୍ୟରେ ପାଟ୍ରୋଲିଂ କରିବା ବେଳେ ଆଶୀର୍ବାଦ ଢାବା ନିକଟରେ ଏକ ବୋଲେରୋ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଉକ୍ତ ଗାଡ଼ିରୁ ୨୨ କେଜି ଓଜନର ୩୦ଟି ଗଞ୍ଜେଇ ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ । ବୋଲେରୋ ପିକ୍ଅପ ଭ୍ୟାନରେ ୬୬୦ କେଜି ଗଞ୍ଜେଇ ସହିତ ଏକ ଧଳା ରଙ୍ଗର କାର, ଗୋଟିଏ ପିସ୍ତଲ ଓ ମାଗାଜିନ, ଦୁଇଟି ଜୀବନ୍ତ ଗୁଳି ଏବଂ ୫ଟି ମୋବାଇଲ ଜବତ କରିବା ସହିତ ଗଞ୍ଜେଇ ଚାଲାଣ କରୁଥିବା ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଉକ୍ତ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଉକ୍ତ ଘଟଣାରେ ଗିରଫ ହୋଇଥିବା ୬ ଜଣ ହେଲେ ରାୟଗଡ଼ ସହର ନୂଆସାହିର ଆର. ଅମଲରାଜ, ଆର ଅବିନାଶ, ଆର ଆନନ୍ଦ, ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମର ରଞ୍ଜିତ କରକରିଆ, କୋରାପୁଟ ଥାନାର ମଜିବୁଲ ହକ ଅଲି ଓ କୋରାପୁଟର ଏ ବିନୋଦ କୁମାର ବୋଲି ଜଣାପଡିଛି l ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚୁରା କରଛି ପୋଲିସ । ପଚରାଉଚୁରା ବେଳେ ଏହି ଗଞ୍ଜେଇ ଚନ୍ଦ୍ରପୁର ବ୍ଲକର ଏକ ଅପହଞ୍ଚ ଗାଁରୁ ଆଣିଥିବା ଏବଂ ଛତିଶଗଡ ରାଜ୍ୟର ରାୟପୁରକୁ ଚାଲାଣ କରୁଥିବା ସେମାନେ ସ୍ବୀକାର କରିଥିଲେ ଏବଂ ସମସ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ନେଇ ଆଇଆଇସି ଶ୍ରୀ କେ.କେ.ବି.କେ. କହଁର ସୂଚନା ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.