ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂୂଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଚାଲିଥିବା ଦୋଳତ୍ସବ ପଞ୍ଚମ ଦିନରେ ଅର୍ଥାତ ଦୋଳ ପୂର୍ଣ୍ଣିମା ଦିନ ରାମ ସ୍ବାମୀ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦ , କେଉଟ ସାହିର ଶ୍ରୀ ବାଲାଜୀ ଠାକୁର , ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ , ରାଜୁଗୁରୁ ସାହି (ପରିଚ୍ଛା ମଠ)ର ରସିକରାଜ ଠାକୁର , ଚିତ୍ରକାର ସାହିର ରାଜଗୁରୁ ମଠରୁ ପ୍ରଭୁ ରାଧାଗୋବିନ୍ଦ , କୋକିଳା ମଠ , କରଣ ସାହିର ଶ୍ୟାମ ସୁନ୍ଦର ମନ୍ଦିର ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଇ ବିରାଟ ପଟୁଆରରେ , ବାଜା ଘଣ୍ଟ , ତାଳ ବିଭିନ୍ନ ସଂକୀର୍ତ୍ତନ ମଣ୍ତ ମଣ୍ଡଳୀ , ବାଜା ବଜାଇ ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳ ମଣ୍ଡପକୁ ଅଣାଯାଇଥିଲା।
ଦୋଳ ଉତ୍ସବର ପଞ୍ଚମ ସଂଧ୍ୟାରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ , ପାରଳା ପୌରାଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠି , ବିନୋଦ ଚନ୍ଦ୍ର ଜେନା , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post