ପୋଖରୀ ରେ ବୁଡି ଜଣେ ବ୍ୟକ୍ତି ମୃତ

0 2

ବଲାଙ୍ଗିର -୧୪/୩( ହେମସାଗର ସାହୁ) :ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେଙ୍ଗାଲୀ ପଞ୍ଚାୟତ ଅନ୍ତର୍ଗତ ବରତିଆ ଗ୍ରାମରେ ପୋଖରୀ ପାଣିରେ ବୁଡିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ବରତିଆ ଗ୍ରାମର ଯାଦବ ପୁଟେଲ (୫୫) ପିତା ଦୁତିଆ ପଟେଲ ବୋଲି ଜଣାପଡିଛି  । ସୂଚନା ଅନୁସାରେ ମୃତବ୍ୟକ୍ତି ଜଣକ ଗାଁ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ ଆଉ ପାଣିରେ ବୁଡି ଯାଇଥିଲେ ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |  ଲାଠୋର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଯବତ କରିଥିଲେ ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରି ବ୍ୟବଛେଦ ପାଇଁ ଖପ୍ରାଖୋଲ କୁ ପଠାଇ ଥିବା ଲାଠୋର ଥାନା ଅଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.