ନବରଙ୍ଗପୁର 14/03.2025,ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗୀ ପଂଚାୟତ ର ,ପଣସପଦର ଗ୍ରାମରେ 2023/2024ଆର୍ଥିକ ବର୍ଷର ନବରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ଚାରିଲକ୍ଷ ପଚାଶ ହଜାର ମୂଲ୍ୟରେ ଏକ କମ୍ୟୁନିଟି ଗୃହ ନିମନ୍ତେ ସ୍ଥାନୀୟ ଝୋରିଗୁମା ଗ୍ରାମର ଲକ୍ଷ୍ମୀଚନ୍ଦ୍ର ଟାକରିଙ୍କୁ କାର୍ଯ୍ୟ କରିବାକୁ କହି ଏହାର ଲେଆଉଟ ପ୍ରଦାନ କରିଥିଲେ ଓ ଏହି କାର୍ଯ୍ୟଦେଶ ପାଇବାପରେ ନିର୍ମାଣ ସାମଗ୍ରୀ ବାବଦକୁ ପ୍ରାୟ ଦୁଇ ଲକ୍ଷ୍ୟ ଟଙ୍କାର ନିର୍ମାଣ ସାମଗ୍ରୀ ଉକ୍ତ ସ୍ଥାନରେ ଆଣି ଶ୍ରୀ ଟାକ୍ରୀ କାର୍ଯ୍ୟ ଆରମ୍ଭ କରିବାବେଳେ ଦିଗୀ ସରପଞ୍ଚ କିଶୋର ନାୟକ ଆସି ସେହି କାର୍ଯ୍ୟକୁ ଜୋର ଜବରଦସ୍ତ ବନ୍ଦ କରି ନେହି ଥିବା ନିର୍ମାଣ ସାମଗ୍ରୀକୁ ବ୍ୟବହାର କରି କାର୍ଯ୍ୟ ଜାରିରଖିଛନ୍ତି |
ଏହି ଖବର ଜାଣିବା ପରେ ଏହାର ସତ୍ୟାସତ୍ୟ ଅବଗତି ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ଉକ୍ତ କାର୍ଯ୍ୟସ୍ଥଳୀକୁ ଯାଇ କିଶୋର ନାୟକ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ହଠାତ ଉତ୍ତେଜିତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଥିଲେ l ଶେଷରେ ନିରୁପାୟ ହୋଇ ଗଣମାଧ୍ୟମ ପ୍ରତିନିଧି ତେନ୍ତୁଳୀଖୁଣ୍ଟି ଥାନାରେ ଦ୍ଵାରସ୍ତ ହୋଇ କିଶୋର ନାୟକ ଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଛନ୍ତି.
ସୂଚନା ଯୋଗ୍ୟ ଭାରତୀୟ ଗଣତନ୍ତ୍ରରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବାବେଳେ ଖବର ସଂଗ୍ରହ ପାଇଁ ଯାଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ସହ ଅସଭ୍ୟ ଭାଷା ର ଗାଳିଗୁଲଜ କେତେଦୂର ଯୁକ୍ତିଯୁକ୍ତ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି,
Sign in
Sign in
Recover your password.
A password will be e-mailed to you.
Next Post