ଘୋଡାଖୁଣ୍ଟା ରେ ମଣ୍ଡେଇ ଯାତ୍ରା ପାଳିତ

0 2

 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଠାରେ ଆଦିବାସୀଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଆଖପାଖ ଗ୍ରାମର ଦେବାଦେବୀ, ଲାଠି,କୁର୍ସୀ,ଶିରା, ଗାଉଁଟିଆ ପ୍ରମୁଖ ଘୋଡ଼ା ଖୁଣ୍ଟା ର ଆରାଧ୍ୟ ଦେବତା ଭିମା ଗୁଡି ରେ ଏକତ୍ରିତ ହୋଇଥିଲେ। ସେଠାରେ ପୂଜାର୍ଚ୍ଚନା ପରେ ଦେବାଦେବୀ ବିଭିନ୍ନ ଆଭୂଷଣ ପରିଧାନ କରି ବାଦ୍ୟ ବାଜଣା ସହ ନାଚ ର ତାଳେ ତାଳେ ସାପ୍ତାହିକ ହାଟ ପରିକ୍ରମା କରିଥିଲେ। ଆଖ ପାଖ ଗ୍ରାମ ର ହଜାର ହଜାର ଶ୍ରଦ୍ଧାଳୁ ନିଜ ଦେବାଦେବୀ ଙ୍କୁ ଅତି ନିକଟରୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବାକୁ ରାସ୍ତାର ଉଭୟ ପାର୍ଶ୍ଵରେ ଠିଆ ହୋଇଥିଲେ। ଏହି ମାଘ ମଣ୍ଡେଇ ଯାତ୍ରାରେ ଘୋଡା ଖୁଣ୍ଟା ସହ ନିକଟ କୁରୁପା, ମାଝିଗୁଡ଼ା, ମାଲବେଢା, ପନାର, ମୁଣ୍ଡାଗୁଡା, ଡଙ୍ଗରା, ବୋରିଗାଁ, ପଡାଗଡ, ଝାର ମୁଣ୍ଡିଗୁଡ଼ା, କହକାଗୁଡା ଓ ମୁଣ୍ଡାଗୁଡା ରୁ ଭିମା ଦେବତା, ଚାଉଁରିଆ ବାବା, ଇଂଲାଞ୍ଜି ମାତା, ସନାଦେଇ ମାତା, ବାଉତି ମାତା,ଓ ତେଲେଙ୍ଗାୟାଣି ମାତା ସହ ଅନ୍ୟ ଦେବାଦେବୀ ସାମିଲ ଥିଲେ। ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରରେ ଦୁଇଟି ଆଦିବାସୀ ନାଟକ ମଞ୍ଚସ୍ଥ ହୋଇଥିବା ବେଳେ ଘୋଡା ଖୁଣ୍ଟା ପଡୋଶୀ ଛତିଶଗଡ ରାଜ୍ୟ ସୀମାନ୍ତ କୁ ଲାଗି ଥିବାରୁ ଛତିଶଗଡ ର ବହୁ ବ୍ୟବସାୟୀ ଆସି ପସରା ମେଲାଇ ଥିଲେ। ଯାତ୍ରା ପରିଚାଳନା ରେ ସରପଞ୍ଚ ଲିଳାଦେଇ ମାଝୀ, ଅର୍ଜୁନ ଭତରା, ଦଶମନ୍ତ ନାୟକ,ଧନୀରାମ୍ ମାଝୀ, ରବି ଭତରା,ସିନ୍ଧୁ ଭତରା, ବାଲ ଚାନ୍ଦ ଭତରା, ନୀଲମ ଭତରା ଓ କପୁର ଭତରା ,ସୁକୁ ଭତରା ସହ ଅନ୍ୟମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.