ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଗ୍ରୀଷ୍ମ ପ୍ରବାହ ସଚେତନତା କାର୍ଯ୍ୟକ୍ରମ ଆଭାସି ମଧ୍ୟମରେ ଅନୁଷ୍ଠିତ

2

ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ : ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଗ୍ରୀଷ୍ମ ପ୍ରବାହ ସଚେତନତା କାର୍ଯ୍ୟକ୍ରମ ଆଭାସି ମଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲାର ୩୪୦ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ- ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଓ ସତର୍କତା ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ- ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଥିଲା। ମଙ୍ଗସପୁରର ମେଡିକାଲ ଅଧିକାରୀ ଡ଼ା ନୂତନ କୁଜୁର୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିଦାନ ମନୋବିଜ୍ଞାନୀ ସ୍ଵାତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଗ୍ରୀଷ୍ମ ପ୍ରବାହରୁ କିପରି ସୁରକ୍ଷିତ ରହିବେ ସେ ବିଷୟରେ ଅବଗତ କରାଇଥିଲେ। ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପ୍ରଧାନ ଏବଂ ବ୍ଲକସ୍ତରରେ ସମସ୍ତ ବିଇଓ, ସିଆରସିସି, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହାଦ୍ୱାରା ଛୋଟ ପିଲାମାନେ ଗରମରୁ ନିଜକୁ ସୁରକ୍ଷିତ ରଖିବା ଉପାୟ ସମ୍ପର୍କରେ ଅବଗତ ହୋଇପାରିବେ ।

Leave A Reply

Your email address will not be published.