ସୁନ୍ଦରଗଡ଼ / ହୋରଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲା ସଦଭାବନା ଭବନ ଠାରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଥିବା ଗ୍ରୀଷ୍ମ ପ୍ରବାହ ପ୍ରଭାବ ଏବଂ ଏହାର ପ୍ରତିକାର ପାଇଁ ଆବଶ୍ୟକୀୟ ଉପାୟ ଅବଲମ୍ବନ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମଙ୍ଗସପୁରର ମେଡିକାଲ ଅଧିକାରୀ ଡ଼ା ନୂତନ କୁଜୁର୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିଦାନ ମୋନବୈଜ୍ଞାନି ସ୍ଵାତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହେଉଥିବା ଶାରିରୀକ ଏବଂ ମାନସିକ ରୋଗ ତଥା ଅସୁବିଧା ଗୁଡ଼ିକୁ କିପରି ଦୂରେଇ ପାରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଯୋଗ ଦେଇ ଗ୍ରୀଷ୍ମ ପ୍ରବାହ ର ସଠିକ୍ ପରିଚାଳନା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ କୌଣସି ପ୍ରକାରର ଆପାତକାଳୀନ ପରିସ୍ଥିତି ନିମନ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ ଏବଂ ଗ୍ରୀଷ୍ମ ପ୍ରବାହ ନିମନ୍ତେ ସରକାରଙ୍କ ତଥା ବିଭିନ୍ନ ବିଭାଗର ନିର୍ଦ୍ଦେଶାବଳୀର ଅନୁପାଳନ କରିବାକୁ କହିଥିଲେ।
ଏଥିରେ ଉପ ଜିଲ୍ଲାପାଳ (ଆପାତକାଳୀନ) ଶ୍ରୀ ଅଶ୍ୱିନୀ ପଣ୍ଡା, ସମସ୍ତ ବିଭାଗୀୟ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.