ବାଲ୍ୟ ବିବାହ ନିଷେଧ ସଚେତନତା ଶିବିର

2

ଓଡ଼ଗାଁ,୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ବାଲ୍ୟ ବିବାହ ନିଷେଧ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ସେଣ୍ଟର ଫର କାଟାଲାଇଜିଙ୍ଗ୍ ଚେଞ୍ଜ ଦ୍ବାରା ଆୟୋଜିତ ଶିବିରରେ ବନ୍ଦନା ନାୟାର ଟିମ୍ ଲିଡର୍, ଲହଡ଼ିମାଳା ପ୍ରଧାନ ଓଡ଼ଗାଁ ଶିଶୁ ସୁରକ୍ଷା ଅଧିକାରୀ, ସୁମିତ୍ ବିଦାଲ୍ ପ୍ରୋଗ୍ରାମ ଅଫିସର, ଶୁକେଶ ମିର୍ଦ୍ଧା ଜିଲ୍ଲା ସଂଯୋଜକ, ସୁଦୀପ୍ତ ସାହୁ ଖଣ୍ଡପଡ଼ା ବ୍ଲକ୍ ସଂଯୋଜକ, ପ୍ରଭୁ ଶଙ୍କର ବାଘେଲ୍ ବ୍ଲକ୍ ସଂଯୋଜକ ଓଡ଼ଗାଁ ପ୍ରମୁଖ ଯୋଗଦେଇ ବାଲ୍ୟବିବାହ, ଏହାର କାରଣ, ନିରାକରଣ ସହିତ ଏହାର କୁପରିଣାମ ବିଷୟରେ ଆଲୋଚନା କରିଥିଲେ । ଏବଂ ବାଲ୍ୟବିବାହ ଆଇନ ୨୦୦୬ରେ ଥିବା ଦଣ୍ଡବିଧାନ ପ୍ରାବଧାନ ବିଷୟରେ ବିଶେଷ ଭାବରେ ଆଲୋକପାତ କରିଥିଲେ। ବିଶେଷ କରି ହିନ୍ଦୁ ବିବାହ ବେଳେ ପୁରୋହିତ ବ୍ରାହ୍ମଣମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ମନେ ହେଉଥିବାରୁ ସେମାନଙ୍କ ସହଯୋଗରେ ବାଲ୍ୟ ବିବାହ କିପରି ରୋକାଯାଇ ପାରିବ ସେହି ସମ୍ପର୍କରେ ଶିବିରରେ ଅଂଶଗ୍ରହଣ କରିଥିବା ୨୨ଜଣ ପୁରୋହିତ ବ୍ରାହ୍ମଣମାନଙ୍କର ମତାମତ ନିଆଯାଇଥିଲା । ସେମାନେ ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ବାଲ୍ୟ ବିବାହ ରୋକିବା ନିମନ୍ତେ ସମସ୍ତେ ଶପଥଗ୍ରହଣ କରିଥିଲେ ।

Leave A Reply

Your email address will not be published.